ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କୁସୁମଖୁଣ୍ଟା ଗ୍ରାମର ଜଣେ ଗର୍ଭବତୀଙ୍କୁ ଅଧା କିମି ଦୂର ଖଟିଆରେ ବୁହା ହୋଇ ପରେ ଅଟୋ ସାହାଯ୍ୟରେ ମେଡିକାଲ ଆଣିଥିବା ଦେଖିବାକୁ ମିଳିଛି। ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଗର୍ଭବତୀଙ୍କ ଘରେ ପହଞ୍ଚି ପାରିଲାନି ଅଟକି ଆମ୍ବୁଲାନ୍ସ। ଗାଡ଼ି ଯିବାର ବିଳମ୍ବ ହେବାରୁ ଘରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।
ଅଧାଦୂର ଖଟିଆରେ ବୋହି ଆଣି ଅଟୋ ସାହାଯ୍ୟରେ ମେଡିକାଲ ଅଣାଯାଇଛି। ଗ୍ରାମର ଡମଣି ପ୍ରଧାନୀ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତାରେ ଆମ୍ବୁଲାନ୍ସ ଯାଇ ପାରିବ ନାହିଁ ବୋଲି କହିବାରୁ ଅଟୋ ଡାକିଥିଲେ। କିନ୍ତୁ ଅଟୋ ଆସିବାର ବିଳମ୍ବ ହେବାରୁ ଘରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି। ଘର ନିକଟରେ ଅଟୋ ପହଞ୍ଚି ନ ପାରିବାରୁ ଅଧା କିମି ଦୂର ଖଟିଆରେ ଗର୍ଭବତୀ ମା’ଙ୍କୁ ଗ୍ରାମବାସୀଙ୍କ ସାହାଯ୍ୟରେ ବୋହି ଆଣି ଅଟୋରେ ବସାଇ ମୈଦଲପୁର ମେଡିକାଲ ଅଣା ଯାଇଥିଲା।
ଆହୁରି ପଢ଼ନ୍ତୁ: ପାହାଡ଼ ଚଢ଼ିପାରିଲାନି ଆମ୍ବୁଲାନ୍ସ: ୫ କିମି ଭାରରେ ବୁହାହେଲେ ରୋଗୀ
ସୂଚନା ଥାଉକି ଏହି ଗାଁ ମୈଦଲପୁର ଠାରୁ ପ୍ରାୟ ଆଠ କିମି ଦୂର ରହିଛି। ପ୍ରାୟ ୫ କିମି ରାସ୍ତା ଅତି ଶୋଚନୀୟ ଭାବେ ଯାହାକି ଗାଡ଼ି ଯିବାର ସମ୍ଭବ ନାହିଁ। ଜଙ୍ଗଲ ମଧ୍ୟରେ ଗାଁ ଥିବାରୁ ପଥୁରିଆ ରାସ୍ତା ରହିଛି। ରାସ୍ତାର ଅବସ୍ଥା ଠିକ ନ ଥିବା ସମୟରେ ଗର୍ଭବତୀ ହେଉ କି ଅନ୍ୟ ରୋଗୀମାନଙ୍କୁ ଖଟିଆରେ ବୋହି ଆଣି ମେଡିକାଲ ନେଉଥିବା କହିଛନ୍ତି ଗ୍ରାମବାସୀ। ପ୍ରଶାସନ ଦୃଷ୍ଟିଦେଇ ଏହି ଗାଁକୁ ଏକ ପକ୍କା ସଡକ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।
Follow Us