ଖଟିଆରେ ବୁହାହେଲେ ଗର୍ଭବତୀ

Advertisment
ଖଟିଆରେ ବୁହାହେଲେ ଗର୍ଭବତୀ

ବୈପାରିଗୁଡା : ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ବଦଳୁ ନାହିଁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଂଚାୟତର ଦୁର୍ଦଶା। ସ୍ୱାଧୀନତା ପୂର୍ବରୁ ଲୋକେ ଯେଉଁ ପାଦ ଚଲା ରାସ୍ତାରେ ଯାତାୟାତ କରୁଥିଲେ ଏବେ ମଧ୍ୟ ସେଥିରେ ହିଁ ଯାଆସ କରୁଛନ୍ତି। ବର୍ଷା ଋତୁରେ ପଂଚାୟତଟି ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଯେଉଁ ମାଟି ରାସ୍ତା ରହିଛି ସେଥିରେ ଲୋକେ ବହୁ କଷ୍ଟରେ ଯାଉଥିବା ବେଳେ ଚଳିତ ବର୍ଷ ରାସ୍ତା ନିର୍ମାଣ ପାଇଁ ଠିକା ନେଇଥିବା କଂପାନି ରାସ୍ତା କମା ଅଧପନ୍ତରିଆ କରି ରହିଛି। ରାସ୍ତାରେ ମାଟି ଗଦା ହୋଇ ରହିଛି। ଯାହାଫଳରେ ଆଜି ଚିପାକୁର ପଂଚାୟତ ଅନ୍ତର୍ଗତ ଚିରାଘାଟ ଗାଁର ଗୋରା ଗଲରିଙ୍କ ଗର୍ଭବତୀ ପତ୍ନୀ ସବିତା ଗୋଲରିଙ୍କୁ ଖଟିଆରେ ବୋହି ନେବାକୁ ପଡ଼ିଲା।

ସୂଚନା ଅନୁଯାୟୀ ଆଜି ସକାଳେ ସବିତାଙ୍କ ଗର୍ଭ ବେଦନା ବଢ଼ି ଯାଇଥିଲା। ତେଣୁ ମେଡିକାଲ ନେବାକୁ ୧୦୨ ଆମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା। କିନ୍ତୁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍‌ସ ଦଣ୍ଡାବାଡି ପଂଚାୟତ ଅନ୍ତର୍ଗତ ପଣସପୁଟ ଠାରେ ଅଟକି ଯାଇଥିଲା। ଆଉ ଆଗକୁ ଯାଇପାରିଲା ନାହିଁ। ଫଳରେ ନିରୁପାୟ ଗୋରା ଏବଂ ଗାଁର ଯୁବକମାନେ ଏକତ୍ରିତ ହୋଇ ୧୦କିମି ଦୂର ପଣସପୁଟ ଗାଁକୁ ପ୍ରବଳ ବର୍ଷାରେ ଏକ ଖଟିଆରେ ଗର୍ଭବତୀଙ୍କୁ ଭାର କରି ବହୁ କଷ୍ଟରେ ଆଣିଥିଲେ। ଅନ୍ୟପଟେ ସବିତା ଯନ୍ତ୍ରଣାରେ ଛଟପଟ ହୋଇ ୧୦କିମି ରାସ୍ତା ପାର ହୋଇଥିଲେ। ପଣସପୁଟ ଠାରେ ଅପେକ୍ଷା କରିଥିବା ଆମ୍ବୁଲାନ୍‌ସରେ ତାଙ୍କୁ ବୈପାରିଗୁଡା ଡାକ୍ତର ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe