ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ: ମା’ ଛୁଆ ସୁସ୍ଥ ଅଛନ୍ତି: ସିଡିଏମ୍‌ଓ

Advertisment
ୟୁପିଏସସି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଛାଡ଼ିବା ସମୟରେ ପରିବର୍ତ୍ତନ, ବାରିପଦାରୁ ରାତି ୧୧.୫୫ ପରିବର୍ତ୍ତେ ଅପରାହ୍ନ ୫ରେ ଛାଡ଼ିବ

zeenews

ବଲାଙ୍ଗୀର: ବଲାଙ୍ଗୀରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଟ୍ରେନ୍‌ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ମା ଓ ନବଜାତ ଶିଶୁକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ମା ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି ବୋଲି ବଲାଙ୍ଗୀର ସିଡିଏମଓ ଡା. ନାରାୟଣ ଥନାପତି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କମେଇମୁଣ୍ଡା ଗାଁର ଧୁବଲେ ନାଗ ତାଙ୍କ ପରିବାର ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଲକ୍‌ଡାଉନ୍‌ରେ ସେ ଫସି ରହିଥିଲେ। ସ୍ତ୍ରୀ କୁନ୍ତି ନାଗ ଗର୍ଭବତୀ ଥିବାରୁ ସେ ଚିନ୍ତିତ ଥିଲେ। ପଞ୍ଜୀକରଣ କରାଇ ନିଜ ଗାଁକୁ ଫେରିବାକୁ ଉଦ୍ୟମ କରିଥିଲେ। ଗର୍ଭବତୀ ସ୍ତ୍ରୀ ସହ ଟ୍ରେନ୍‌ରେ ସେ ଶୁକ୍ରବାର ଫେରୁଥିଲେ। ହଠାତ ବଲାଙ୍ଗୀର ଷ୍ଟେସନ ପାଖାପାଖି ହେବା ପରେ ତାଙ୍କ ସ୍ତ୍ରୀଙ୍କ କଷ୍ଟ ବଢ଼ିଥିଲା ଓ ସେ ଟ୍ରେନ୍‌ରେ ହିଁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଏହା ଜାଣିବା ପରେ ଟ୍ରେନ୍‌ରେ ଉପସ୍ଥିତ କର୍ମଚାରୀମାନେ ବଲାଙ୍ଗୀର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଷ୍ଟେସନ କର୍ତ୍ତୃପକ୍ଷ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରସ୍ତୁତ ହୋଇ ରହିଥିଲେ। ଟ୍ରେନ୍‌ ବଲାଙ୍ଗୀର ଷ୍ଟେସନ ପହଞ୍ଚିବା ପରେ ତୁରନ୍ତ ମା ଓ ଛୁଆଙ୍କୁ ଡାକ୍ତରଖାନାକୁ ନିଆଯାଇ ଏକ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଉଭୟେ ସୁସ୍ଥ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ଯାହା କିଛି ସୁବିଧା ସୁଯୋଗ ରହିଛି ତାହା କୁନ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସିଡିଏମଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe