ଉପାନ୍ତ ଅଞ୍ଚଳରେ ଅସୁରକ୍ଷିତ ନବଜାତ: ଖଟିଆରେ ବୁହାହେଲେ ଗର୍ଭବତୀ

Advertisment

ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ସରକାରୀ ଯୋଜନାରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ଏହାର ସୁଫଳ ଉପାନ୍ତ ଅଞ୍ଚଳର ଗର୍ଭବତୀ କିମ୍ବା ନବଜାତ ଶିଶୁ ପାଉନାହାନ୍ତି। ଅକାଳରେ ଝଡ଼ି ଯାଉଛି ଜୀବନ।

ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ସରକାରୀ ଯୋଜନାରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ଏହାର ସୁଫଳ ଉପାନ୍ତ ଅଞ୍ଚଳର ଗର୍ଭବତୀ କିମ୍ବା ନବଜାତ ଶିଶୁ ପାଉନାହାନ୍ତି। ଅକାଳରେ ଝଡ଼ି ଯାଉଛି ଜୀବନ।

ggdgjgjgj

ରାଇଘର: ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ସରକାରୀ ଯୋଜନାରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ଏହାର ସୁଫଳ ଉପାନ୍ତ ଅଞ୍ଚଳର ଗର୍ଭବତୀ କିମ୍ବା ନବଜାତ ଶିଶୁ ପାଉନାହାନ୍ତି। ଅକାଳରେ ଝଡ଼ି ଯାଉଛି ଜୀବନ। ରାଇଘର ବ୍ଲକ ଟିପନପୁର ପଞ୍ଚାୟତର ବୁଡ଼୍ରାପାରା ଗାଁର ସାଗୁନବାଡ଼ି ସାହିରେ ଘଟିଥିବା ସଦ୍ୟତମ ଘଟଣା ସରକାରୀ ଯୋଜନାର ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଉପରୋକ୍ତ ଗାଁର ପରମାନନ୍ଦ ମାଝୀଙ୍କ ପତ୍ନୀ ଗୌତମୀ ମାଝୀ ପ୍ରସବ ଜନିତ ବେଦନା ଅନୁଭବ କରିବାରୁ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ଗାଁ ଅଭିମୁଖେ ବାହାରିଥିଲେ ସୁଦ୍ଧା ଗୋଟିଏ କିଲୋମିଟର ଦୂରରେ ଅଟକିବା ପାଇଁ ବାଧ୍ୟ ହୋଇଥିଲା। କାରଣ ଆଗକୁ ରାସ୍ତା ବୋଲି କିଛି ନଥିଲା। ଏମିତି ସ୍ଥିତିରେ ପରିବାର ଲୋକ ଖଟରେ ଗୌତମୀଙ୍କୁ ଭାର କରି ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ଯାହାଫଳ‌ରେ ଡାକ୍ତରଖାନା ନେବାରେ ବହୁ ବିଳମ୍ବ ହୋଇଥିଲା। ଗୌତମୀଙ୍କୁ ଗୋନା ଡାକ୍ତରଖାନାରେ ଭର୍ତ୍ତି କରିବା ବେଳକୁ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ପ୍ରସବର କିଛି ସମୟ ପରେ ହିଁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗାଁକୁ ରାସ୍ତା ନଥିବାରୁ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ଠିକ୍‌ ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ଯାଇଥାନ୍ତା ତେବେ ଏମିତି କଷ୍ଟ ତଥା ଦୁଃଖ ଭୋଗିବାକୁ ପଡ଼ିନଥାନ୍ତା ବୋଲି ପରିବାର ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe