ବାଲିଯାତ୍ରା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରାଥମିକ ବୈଠକ

କଟକ ବାଲିଯାତ୍ରା ଉତ୍ସବ-୨୦୨୫ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ଯକ୍ଷତାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି...

Preliminary meeting of the district administration to prepare for Bali Yatra

Preliminary meeting of the district administration to prepare for Bali Yatra Photograph: (sambad.in)

କଟକ: କଟକ ବାଲିଯାତ୍ରା ଉତ୍ସବ-୨୦୨୫ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ଯକ୍ଷତାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ବାଲିଯାତ୍ରାର ପ୍ରସ୍ତୁତି ନିମନ୍ତେ ଏହି ପ୍ରାକ-ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। 

ଚଳିତବର୍ଷ କଟକ ବାଲିଯାତ୍ରାକୁ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତ୍ଯେକ ବିଭାଗରେ ଉତ୍କର୍ଷତା ପ୍ରତିପାଦନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଆରୋପ କରିଥିଲେ। ବାଲିଯାତ୍ରାର ଭିତ୍ତିଭୂମି ନିର୍ମାଣ, ପରିମଳ ବ୍ୟବସ୍ଥା, ଧୂଳି ନିୟନ୍ତ୍ରଣ ଆଦି କାର୍ଯ୍ୟକୁ ଅଧିକ ଉନ୍ନତ ମାନର କରିବା ସହ ପୂର୍ବାପେକ୍ଷା ଅଧିକ ଜନୋପଯୋଗୀ କରିବା ନିମନ୍ତେ ଗୁରୁତ୍ଵ ଦେବାକୁ ଆଲୋଚନା କରଯାଇଥିଲା।

ବାଲିଯାତ୍ରା ପରିସରଭୁକ୍ତ ପଡିଆର ସମଗ୍ର ଅଞ୍ଚଳକୁ ଚଳଚଞ୍ଚଳ ବ୍ୟବହାର ସହ ଯାତ୍ରୀ ପରିବହନ ଓ ଯାନବାହନ ରଖିବା ବ୍ୟବସ୍ଥାକୁ ଅଧିକ ସୁବିଧାଜନକ କରିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରଯାଇଥିଲା। ବାଲିଯାତ୍ରା କାର୍ଯ୍ଯକ୍ରମର ପ୍ରତ୍ଯେକ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ବହନ କରିବେ।

ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ଉଭୟ ମଞ୍ଚର ସାଂସ୍କୃତିକ କାର୍ଯ୍ଯକ୍ରମକୁ ପୂର୍ବାପେକ୍ଷା ଅଧିକ ଚିତ୍ତାକର୍ଷକ କରିବା, କଟକ-ଇନ-କଟକକୁ ଅଧିକ ଜନାଦୃତ କରିବା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ସୁରକ୍ଷା ପ୍ରମାଣପତ୍ର ମାନ ସୁନିଶ୍ଚିତ କରିବାକୁ କହିଥିଲେ। ବାଲିଯାତ୍ରା ସ୍ମରଣିକାକୁ ଅଧିକ ପାଠକାଦୃତ କରିବା ସହ ଏହାକୁ ଉଚିତ ସମୟରେ ପାଠକଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ସେ କହିଥିଲେ।

ଉଠାଦୋକାନୀଙ୍କଠାରୁ ଆରମ୍ଭ କରି ସମସ୍ତବର୍ଗର ଭାଗୀଦାର ଏବଂ ଯାତ୍ରୀମାନଙ୍କ ନିମନ୍ତେ ସର୍ବୋପଯୋଗୀ ଯୋଜନାମାନ ପ୍ରସ୍ତୁତ କରି ଚଳିତ ବାଲିଯାତ୍ରାକୁ ସ୍ମରଣୀୟ କରିବା ନିମନ୍ତେ ସମସ୍ତେ କର୍ତ୍ତବ୍ଯନିଷ୍ଠଭାବେ କାର୍ଯ୍ୟକରିବା ଉପରେ ବୈଠକରେ ଗୁରୁତ୍ଵାରୋପ କରଯାଇଥିଲା। 

ଆଜିର ଏହି ପ୍ରାଥମିକ ବୈଠକରେ କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦିପ କୌର ସହୋତା, ଅତିରିକ୍ତ ଜିଲ୍ଲାପାଳ  ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ପ୍ରଶାନ୍ତ କୁମାର ନାୟକ, ଆଠଗଡ ଉପଜିଲ୍ଲାପାଳ  ପ୍ରହ୍ଲାଦ ନାରାୟଣ ଶର୍ମା, ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ସଚିବ କଟକ ଉନ୍ନୟନ କର୍ତୃପକ୍ଷ ଶ୍ୱେତ କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

bali jatra | Cuttack 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe