Advertisment

ମେ ୨୭ରେ ‘ପ୍ରେମ ଏଟିଏମ୍’, ପ୍ରଦୀପଙ୍କ ଅଭିନୟ ଦେଖିବାକୁ ସୁନ୍ଦରଗଡ଼ରେ ଉତ୍କଣ୍ଠା 

Advertisment
ମେ ୨୭ରେ ‘ପ୍ରେମ ଏଟିଏମ୍’, ପ୍ରଦୀପଙ୍କ ଅଭିନୟ ଦେଖିବାକୁ ସୁନ୍ଦରଗଡ଼ରେ ଉତ୍କଣ୍ଠା 

ସୁନ୍ଦରଗଡ଼: ଆସନ୍ତା ୨୭ରେ ଓଡ଼ିଶାର ସବୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚିତ୍ର ‘ପ୍ରେମ ଏଟିଏମ୍’। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ତରଙ୍ଗ ସିନେ ପ୍ରଡକ୍ସନର ଏହି ଚଳଚିତ୍ରରେ ନାୟକ ଭାବେ ଅଭିନୟ କରୁଥିବା ସୁନ୍ଦରଗଡ଼ର ପୁଅ ପ୍ରଦୀପ ଦତ୍ତଙ୍କ ଚମକ ଦେଖିବାକୁ ମିଳିବ। ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା ସେନାପତି ଦମଦାର ଅଭିନୟ କରିଛନ୍ତି ।

publive-image

ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାର ଗୀତଗୁଡ଼ିକୁ ମନଛୁଆଁ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ତାରିକ ଅଜିଜ, ଦିପ୍ତୀରେଖା ଓ ଅମ୍ରିତା ନାୟକ। ଚଳଚ୍ଚିତ୍ରର ଗୀତ ଓ ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍ ଓ ରାକେଶ ଦେଓ। ମହାମାରୀ କରୋନା ପରେ ବହୁଦିନର ବ୍ୟବଧାନରେ ଏକ ଭିନ୍ନ ସ୍ବାଦର କାହାଣୀ, ଦମଦାର ଅଭିନୟ, ମନଛୁଆଁ ଗୀତକୁ ନେଇ ଆସୁଥିବା ଏହି ଚଳଚିତ୍ରରେ ନିଜ ମାଟିର ପୁଅ ପ୍ରଦୀପଙ୍କ ଅଭିନୟ ଦେଖିବାକୁ ସୁନ୍ଦରଗଡ଼ର ସିନେପ୍ରେମୀ ମହଲରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସୁନ୍ଦରଗଡ଼ ସିନେମା ହଲରେ ଟିକଟର ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe