ପ୍ରେମଲତା ମହାପାତ୍ରଙ୍କ ପରଲୋକ

Advertisment
ପ୍ରେମଲତା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର : ଖୋର୍ଧା ଜିଲ୍ଲା ‌ବୋଲଗଡ଼ ବ୍ଲକ ଦିବ୍ୟସିଂହପୁରର ପ୍ରେମଲତା ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସ୍ବର୍ଗତଃ ଶରତ ଚନ୍ଦ୍ର ମହାପାତ୍ରଙ୍କ ପତ୍ନୀ ପ୍ରେମଲତା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଜଣେ ଭଲ କଣ୍ଠଶିଳ୍ପୀ ଥିବା ବେଳେ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତ୍ୟୁଶଯ୍ୟା ନିକଟରେ ସ୍ବର୍ଗତା ମହାପାତ୍ରଙ୍କ ୪ ପୁତ୍ର, ଦୁଇ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ପ୍ରଶାନ୍ତ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ରବଧୂ ବୈଜୟନ୍ତୀ କର ହେଉଛନ୍ତି ‘ସମ୍ବାଦ’ର ମାନବ ସମ୍ବଳ ବିଭାଗର ଉପ ମହାପ୍ରବନ୍ଧକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe