ତାମିଲନାଡୁରେ ଓଡ଼ିଆ ଯୁବକଙ୍କ ଅକାଳ ବିୟୋଗ

Advertisment

ରୋଗାକ୍ରାନ୍ତ ବାପାଙ୍କ ଚିକିତ୍ସା ସ୍ୱପ୍ନ ଅଧୁରା ରହିଲା

ରୋଗାକ୍ରାନ୍ତ ବାପାଙ୍କ ଚିକିତ୍ସା ସ୍ୱପ୍ନ ଅଧୁରା ରହିଲା

ତାମିଲନାଡୁରେ ଓଡ଼ିଆ ଯୁବକଙ୍କ ଅକାଳ ବିୟୋଗ

ହାଟଡିହି : ରୋଗାକ୍ରାନ୍ତ ବାପାଙ୍କ ଚିକିତ୍ସା ସ୍ବପ୍ନ ଅଧୁରା ରହିଲା। ତାମିଲନାଡ଼ୁର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ରାଜେନ୍ଦ୍ର କୁମାର ସାହୁଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ବର୍ଷ ବୟସ ହୋଇଥିଲା। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମରେ।

ଗ୍ରାମର ନିରଞ୍ଜନ ସାହୁ କର୍କଟ ରୋଗରେ ପୀଡିତ ହେବାପରେ ଚିକିତ୍ସା ପାଇଁ ପାଖରେ କୌଣସି ସମ୍ବଳ ନାହିଁ । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ପୁଅ ରାଜେନ୍ଦ୍ର ତାମିଲନାଡୁ ଯାଇ କୋଏମ୍ବାଟୁରରେ ଏକ ଘରୋଇ କମ୍ପାନିରେ କାମ କରୁଥିଲା। ଯାହା ରୋଜଗାର କରୁଥିଲା ସେହି ପଇସାରେ ଘର ଚଳାଇବା ସହ ବାପାର ଔଷଧପତ୍ର କିଣାଯାଉଥିଲା । କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । ଗତକାଲି ସେଠାରେ କାମ କରୁଥିବା ବେଳେ ଅକସ୍ମାତ ତାଙ୍କର ମୃତ୍ୟୁ ଘଟିଥିଲା । ରାଜେନ୍ଦ୍ର ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe