ଯୁକ୍ତ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି, ୩ ବୋର୍ଡଠାରୁ ତଥ୍ୟ ଲୋଡ଼ିଲା ବିଭାଗ

Advertisment
ବଢ଼ିଲାନି ଯୁକ୍ତ୨ ସିଟ୍‌: ସାଢ଼େ ୪ଲକ୍ଷ ସିଟ୍‌ରେ ହେବ ନାମଲେଖା

ଭୁବନେଶ୍ବର: ଯୁକ୍ତ୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ଷ୍ଟୁଡେଣ୍ଟେସ୍‌ ଏକାଡେମି ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ମାଧ୍ୟମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅନ୍‌ଲାଇନ ଆବେଦନ କରିବେ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ସମେତ ସିବିଏସ୍‌ଇ ଓ ଆଇସିଏସ୍‌ଇଠାରୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଲୋଡ଼ିଛି। ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍‌ ଅଧିକାରୀ ମିହିର କୁମାର ଦାସ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ସିବିଏସ୍‌ଇ ଓ ଆଇସିଏସ୍‌ଇ କ୍ଷେତ୍ରୀୟ କାର୍ଯ୍ୟାଳୟର ଅଧିକାରୀଙ୍କୁ ଚିଠି ଲେଖି ୨୦୨୦ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ତଥ୍ୟ ଲୋଡ଼ିଛନ୍ତି। ସିଡି, ଡିଭିଡି, ପେନ୍‌ଡ୍ରାଇଭ୍‌ କିମ୍ବା ଇ-ମେଲ୍‌ ଜରିଆରେ ସମସ୍ତ ତଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଧାର୍ଯ୍ୟ ଫର୍ମାଟରେ ଦେବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe