ଭଦ୍ରକରେ ଶ୍ରୀରାମ ନବମୀ ମୋହତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

Advertisment
ଭଦ୍ରକରେ ଶ୍ରୀରାମ ନବମୀ ମୋହତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ
ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ପବିତ୍ର ଶ୍ରୀରାମ ନବମୀ ମୋହତ୍ସବକୁ ନେଇ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ସହରର ଯୋଶଦା ହୋଟେଲ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶ୍ରୀରାମ ନବମୀ ଅତି ଭବ୍ୟ ଓ ଚିତାକର୍ଷକ ପାଳନ ହେବା ସହ କିପରି ଶାନ୍ତି ଶୃଙ୍ଖଳାରେ ଶ୍ରୀରାମ ନବମୀ ପାଳନ କରାଯିବ ତାହା ସମ୍ମିଳନୀରେ କୁହା ଯାଇଥିଲା। ଭଦ୍ରକର ପ୍ରସିଦ୍ଧ ଲାଭ କରିଥିବା ଏହି ଶ୍ରୀରାମ ନବମୀ ଏବେ ସମଗ୍ର ଜିଲ୍ଲାରେ ଏବେ ଗଣ ମହୋତ୍ସବରେ ପାଳନ ହେଉଛି, ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ତେବେ ଚଳିତ ବର୍ଷ ଶ୍ରୀରାମ ନବମୀକୁ ଭବ୍ୟ କରିବା ପାଇଁ ଏବଂ ଏ ବର୍ଷର ଶ୍ରୀରାମ ନବମୀ ମହୋତ୍ସବ ଅନ୍ତର୍ଗତ ସମସ୍ତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି। ଚଳିତ ମାର୍ଚ୍ଚ ୩୧ ରେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହେବ, ଏପ୍ରିଲ ୯ ରେ ରାଷ୍ଟୀୟ ନବବର୍ଷ ପାଳନ ସହ ସାଧୁ ସନ୍ଥ ପୂଜନ, ଗୋ ପୂଜନ ହେବ। ଏପ୍ରିଲ ୧୪ ରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା ହେବ। ୧୫ ରେ ବିଶାଳ ମହିଳା କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ ହେବ ଏବଂ ସେହି ଦିନ ୩ ଦିନ ବ୍ୟାପି ଶ୍ରୀରାମ ମହାଯଜ୍ଞ ଆରମ୍ଭ। ୧୬ ତାରିଖରେ ୧୦୮ ହନୁମାନ ଚାଳିଶା ପାଠ ହେବ। ଏପ୍ରିଲ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ମୀନାବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଗାନ୍ଧିପଡ଼ିଆରେ ଅନୁଷ୍ଠିତ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଶ୍ରୀରାମ ମହାଯଜ୍ଞ  ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଅନ୍ୟତମ ଉପଦେଷ୍ଟା ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟାମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, କହେଁଇ ଚରଣ ଦାସ, ବରିଷ୍ଠ ଉପଦେଷ୍ଟା ଦୀନବନ୍ଧୁ ପତି, ପ୍ରଦୀପ୍ତ ବିଶ୍ୱାଳ, ବେଦବିଦ ପଣ୍ଡିତ ବିରେନ୍ଦ୍ର ପଣ୍ଡା, ସମ୍ପାଦକ ତୁଷାର କାନ୍ତ ଦାସ, ସ୍ୱରୂପାନନ୍ଦ ମହାପାତ୍ର, ସ୍ୱାଧୀନ ସୁନ୍ଦର ଦାସ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ବସନ୍ତ କୁମାର ରାଉତ, ଜ୍ୟୋତି ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe