ମହାପ୍ରଭୁଙ୍କ ଦର୍ଶନରେ ଶୃଙ୍ଖଳା ପାଇଁ ପ୍ରସ୍ତୁତି: ଭିତରେ ଲାଗୁ ହେବ ଧାଡ଼ି ଦର୍ଶନ

Advertisment

କନକ ନ୍ୟୁଜ୍‌କୁ ସ୍ବତନ୍ତ୍ର ସାକ୍ଷାତାକାରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

କନକ ନ୍ୟୁଜ୍‌କୁ ସ୍ବତନ୍ତ୍ର ସାକ୍ଷାତାକାରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗର ସାଂଘାତିକ ଅଭିଯୋଗ: ମହାପ୍ରଭୁଙ୍କୁ ଲାଗି ହେଉଛି ‘ମାରା’ ଫୁଲ

ଭୁବନେଶ୍ବର: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ବହୁ ଦିନ ଧରି ଅସନ୍ତୋଷ ଲାଗି ରହିଛି। ଆଜି ଏ‌ ସମ୍ପର୍କରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କନକ ନ୍ୟୁଜ୍‌କୁ ସ୍ବତନ୍ତ୍ର ସାକ୍ଷାତାକାରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗମୋହନରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବାହାର କାଠ ଦର୍ଶନ ସମୟରେ ବି ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ସେଠାରେ ଥିବା ଆଲମାରି ଓ ଅନ୍ୟାନ୍ୟ ଜିନିଷପତ୍ର କାଢ଼ିବାକୁ ନିଷ୍ପତ୍ତି ହୋଇଛି। ସରକାର ଏନେଇ ଅନୁମତି ଦେଇ ସାରିଛନ୍ତି। ଭକ୍ତଙ୍କ ପାଇଁ ଜଗମୋହନକୁ ଶୀତତାପ ନିୟନ୍ତ୍ରିତ କରାଯିବାକୁ ନିଷ୍ପତ୍ତି ନିଆଯାଉଛି।

ଶୀତତାପ ନିୟନ୍ତ୍ରିତ ହେବ ଜଗମୋହନ
ଏକକାଳୀନ ୫ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା 
ଭକ୍ତଙ୍କୁ ଦିଆଯିବ ଛୋଟ ଅବଢ଼ା କୁଡ଼ୁଆ

ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯିବ। ଏହି ପ୍ରକ୍ରିୟାରେ ବ୍ୟାରିକେଡ୍‌ କରାଯିବ। ଭକ୍ତ ଥରେ ୭ ପାହାଚରେ ପଶିଲେ ଗରୁଡ଼ ସ୍ତମ୍ଭ ଦର୍ଶନ କରି ଧାଡ଼ିରେ ଯିବେ। ବାହାର ଓ ଭିତର କାଠ ପାଖରେ ଦର୍ଶନ କରିବା ପରେ ବାହାରକୁ ବାହାରିବେ। ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିଲେ ହେଁ ୨ ପାଖରେ ପ୍ରବେଶ ଓ ପ୍ରସ୍ଥାନ ସମ୍ପର୍କରେ ମଧ୍ୟ ଏକ ନିଷ୍ପତ୍ତି ହୋଇଛି। ଏଥିସହ ପ୍ରଯୁକ୍ତିବିଦ୍ୟା ସହାୟତାରେ ଏକ ସମୟରେ ମନ୍ଦିର ଭିତରେ ୪ରୁ ୫ ହଜାର ଭକ୍ତ ଦର୍ଶନ କରି ବାହାରିବାର ବ୍ୟବସ୍ଥା କରାଯାଉଛି। ଏହି ୩/୪ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ଭକ୍ତ ଦର୍ଶନ ସାରି ବାହାରକୁ ବାହାରିବା ବେଳେ ତାଙ୍କ ହାତରେ ଗୋଟେ ଛୋଟ ଅବଢ଼ା କୁଡ଼ୁଆ ଦିଆଯିବ। ଭକ୍ତ ଯେମିତି ଖୁସି ମନରେ ଘରକୁ ଫେରି‌ବେ। ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ସମୟ ସୀମା ପୂରିଗଲାଣି। ତେଣୁ ଖୁବ୍‌ ଶୀଘ୍ର ପରିଚାଳନା କମିଟି ମଧ୍ୟ ବଦଳିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe