ମକରସଂକ୍ରାନ୍ତି ପାଇଁ ବଜାର‌କୁ ଆସିଲା ଗୁଡି: ସରକାରୀ ନିର୍ଦ୍ଦେଶ ଓ କଟକଣା କାର୍ଯ୍ୟକାରୀ ହେବ ତ?

Advertisment
ମକରସଂକ୍ରାନ୍ତି ପାଇଁ ବଜାର‌କୁ ଆସିଲା ଗୁଡି: ସରକାରୀ ନିର୍ଦ୍ଦେଶ ଓ କଟକଣା କାର୍ଯ୍ୟକାରୀ ହେବ ତ?

ଜୟପୁର: ମକର ସଂକ୍ରାନ୍ତି ଓଡ଼ିଶାର ଗଣପର୍ବ ଭାବେ ପାଳନ କରାଯାଏ। ଦକ୍ଷିଣ ଓଡ଼ିଶାର ଜୟପୁର ସହରରେ ଏହାର ପରମ୍ପରା ଓ ବିଶେଷତ୍ବ ବେଶ୍ ଅଧିକ ରହିଛି। ତେବେ ମକର ସଂକ୍ରାନ୍ତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଧି ହେଉଛି ଗୁଡ଼ି ଉଡ଼ାଇବା। କୁହାଯାଏ ଗୁଡ଼ି ଉଡ଼ାଇବା ପାଇଁ ଏହି ସମୟ ପାଇଁ ଅନୁକୂଳ ଅଟେ। ଶିଶୁ ଏବଂ ବୟସ୍କମାନେ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗ ବେରଙ୍ଗର ଗୁଡ଼ି ଉଡ଼ାନ୍ତି ଏବଂ ଉପଭୋଗ କରନ୍ତି। ସହରର କିଛି ସାହିରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ। ଏଥି ପାଇଁ ଜୟପୁର ସହରର ବିଭିନ୍ନ ଛକରେ ଗୁଡ଼ି ଓ ସୁତା ବିକ୍ରି ଆରମ୍ଭ ହୋଇଛି। ୧୫ଟଙ୍କାରୁ ୯୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ରକମର ଗୁଡି ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ତେବେ ଗତବର୍ଷ ଗୁଡ଼ିର ମାଞ୍ଜା ସୂତା ବେକରେ  ଲାଗି  କଟକ ଓ ପୁରୀରେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ। ଏହା ପରେ ମାଞ୍ଜା ସୂତା ବିକ୍ରି ଉପରେ ରାଜ୍ୟ ସରକାର କିଛି ନିୟମ ଓ ନିର୍ଦ୍ଦେଶ, କଟକଣା ବି ଲାଗୁ କରିଛନ୍ତି। ସେଗୁଡ଼ିକ ହେଲା ପ୍ଲାଷ୍ଟିକ ସୂତା ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେଭଳି ମାଞ୍ଜା ସୂତାରେ କାଚ ଗୁଣ୍ଡ ବ୍ୟବହାର ହେବା ସହ ଏଥିରେ ଆହାତ ହେବାର ଆଶଙ୍କା ରହିଛି। ଛାତ ଉପରେ କେହି ଗୁଡି ଉଡ଼ାଇପାରିବେନି।

ସେଭଳି ନିୟମ ନମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ବି ନିୟମ ପାଳନ ହେଉଛି କି ନାହିଁ ତଦାରଖ କରିବେ। ସେଭଳି ସବୁ ଥାନା ଅଧିକାରୀ ନିଜ ଅଂଚଳରେ ନଜର ରଖିବାକୁ ସରକାର କଟକଣା ଜାରି କରିବା ସହ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ତାହା କେତେ ଦୂର ପାଳନ ହେବ ତାହା ସମୟ ହିଁ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe