କଟକ : ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଗଠନ ହୋଇଥିବା ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ଏକ ସ୍ବତନ୍ତ୍ର ବୈଠକ ସାରଳା ଭବନ ପରିସରରେ ଅନୁଷ୍ଠିତ ହୋଇଛି।
ଆସନ୍ତା ଏପ୍ରିଲ ୨୧ ତାରିଖରେ ପାଳିତ ହେବାକୁଥିବା ସ୍ବର୍ଗତ ପଟ୍ଟନାୟକଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧସଭା ଉପଲକ୍ଷେ ଏହି ପ୍ରସ୍ତୁତି ବୈଠକ ହୋଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୂୟାଁ ଶ୍ରାଦ୍ଧସଭା ପାଇଁ ଅତିଥି ଚୟନ ଏବ˚ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରୁ ଓଡ଼ିଶାର ଜଣେ ଲେଖାଏଁ କୃତି ବ୍ୟକ୍ତିଙ୍କୁ ଜାନକୀବଲ୍ଲଭ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ପ୍ରଫେସର ପ୍ରଭାତ କୁମାର ମିଶ୍ର, ଇଞ୍ଜିନିୟର ଡକ୍ଟର ପ୍ରଭାକର ସ୍ବାଇଁ, ବରିଷ୍ଠ ଆଇନ୍ଜୀବୀ ଧରଣୀଧର ନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଅଶୋକ ସାମଲ, କୈଳାସ ଚନ୍ଦ୍ର ବରାଳ, ସୁରେନ୍ଦ୍ରନାଥ କର, ଆଇନ୍ଜୀବୀ ଆକାଶ ଭୂୟାଁ, ମୈତ୍ରୀଭୂଷଣ ଖୁଣ୍ଟିଆ, ସଞ୍ଜିତ କୁମାର ପଟ୍ଟନାୟକ, ଶଶୀକାନ୍ତ ନାୟକ, ପ୍ରକାଶ ଚନ୍ଦ୍ର ମୁଦୁଲି, ସ୍ବାଧୀନ କୁମାର ମହାପାତ୍ର, ବବିତା ଦାସ ମହାପାତ୍ର, ସ୍ମୀତାରାଣୀ ଲେଙ୍କା, ନାରାୟଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅ˚ଶଗ୍ରହଣ କରିଥିଲେ।
Follow Us