ନୂଆପଡ଼ା ଜିଲ୍ଲା ବିଜେଡିର ୨୦୨୪ ନିର୍ବାଚନ ପ୍ରସ୍ତୁତି

Advertisment

ଉଦ୍‌ଘାଟନ ପାଇଁ ପ୍ରକଳ୍ପ ବୁଲି ଦେଖୁଛନ୍ତି ମନ୍ତ୍ରୀ

ଉଦ୍‌ଘାଟନ ପାଇଁ ପ୍ରକଳ୍ପ ବୁଲି ଦେଖୁଛନ୍ତି ମନ୍ତ୍ରୀ

ନୂଆପଡ଼ା ଜିଲ୍ଲା ବିଜେଡିର ୨୦୨୪ ନିର୍ବାଚନ ପ୍ରସ୍ତୁତି

ନୂଆପଡ଼ା: ୨୦୨୪ରେ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ବିଜେଡି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଧାୟକଙ୍କୁ ନିଜ ନିଜ ବିଧାନସଭାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରିବାକୁ ନିର୍ଦେଶ ଦିଆଯାଇଛି। ଯେଭଳି ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକଳ୍ପ ଗୁଡ଼ିକର ଉଦ୍‌ଘାଟନ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିବା ଆଲୋଚନା ହେଉଛି। ଏହି କ୍ରମରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନୂଆପଡ଼ା ଜିଲ୍ଲାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖୁଛନ୍ତି। ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ତୁରନ୍ତ କାମ ସଂପୂର୍ଣ୍ଣ କରିବାକୁ ତାଗିତ କରୁଛନ୍ତି। ସେହିପରି ନୂଆପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ମନ୍ତ୍ରୀ ଟୁକୁନୀ ସାହୁ ଜିଲ୍ଲାରେ ପହଞ୍ଚି ବିଜେଡି ନେତା ଓ କର୍ମୀଙ୍କୁ ୨୦୨୪ ନିର୍ବାଚନ ପାଇଁ ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା  ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନିଜ ନିର୍ବାଚନ ମଣ୍ଡଳୀକୁ ଅଧିକ ମାତ୍ରାରେ ଗୁରୁତ୍ବ ଦେଉଛନ୍ତି।

ବିଭିନ୍ନ ସମୟରେ ବିଜେଡି କର୍ମୀଙ୍କୁ ନେଇ ବୈଠକ କରି ଯୋଜନା ପ୍ରସ୍ତୁତ କରୁଛନ୍ତି। ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରକଳ୍ପ ଗୁଡ଼ିକ ଶେଷ ହୋଇଛି କି ନାହିଁ, ସେ ଉପରେ ମଧ୍ୟ ବାରମ୍ବାର ଆଲୋଚନା କରୁଛନ୍ତି। ଜିଲ୍ଲାରେ ଆମାଗୀ ୬ ମାସ ମଧ୍ୟରେ ସଂପୂର୍ଣ୍ଣ ହେବାକୁଥିବା ପ୍ରକଳ୍ପ ଗୁଡ଼ିକୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବୁଲି ଦେଖିଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରଥମେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ୬ କୋଟିରେ ନିର୍ମାଣ ହେଉଥିବା ଇନ୍‌ଡୋର୍‌ ଷ୍ଟାଡିଅମ, ନୂଆପଡ଼ା ସିରତୋଲରେ ୬ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଇଣ୍ଡୋର ଷ୍ଟାଡିଅମ, ୪ କୋଟି ଟଙ୍କାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପରକୋଡ଼- ବଲୋଦା ଖରଖରା ନାଳରେ ହେବାକୁଥିବା ବ୍ରିଜ୍ ବୁଲି ଦେଖିଥିଲେ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଦୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଆଗାମୀ ସାଧାରଣ ନିର୍ବାଚନଙ୍କୁ ଦୃଷ୍ଟିରେ ରଖି ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe