ବଲାଙ୍ଗୀର ଦିନ୍ ପାଇଁ ପ୍ରସ୍ତୁତି, ମାଁ, ମାଟି ଓ ମହକକୁ ନେଇ ପ୍ରକାଶ ପାଇବ ସ୍ୱତନ୍ତ୍ର ସ୍ମରଣିକା

Advertisment
ବଲାଙ୍ଗୀର ଦିନ୍ ପାଇଁ ପ୍ରସ୍ତୁତି, ମାଁ, ମାଟି ଓ ମହକକୁ ନେଇ ପ୍ରକାଶ ପାଇବ ସ୍ୱତନ୍ତ୍ର ସ୍ମରଣିକା

ବଲାଙ୍ଗୀର: ଗତ ବର୍ଷ ପରି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବାଲାଙ୍ଗୀର ଦିନ୍‌ ଧୁମଧାମରେ ପାଳନ କରାଯିବ। ମାଁ ମାଟିର ଏହି ଉତ୍ସବକୁ ନେଇ ଗତବର୍ଷ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଦଳମତ ଜାତି ଧର୍ମ ନିର୍ବିଶେଷରେ ବଲାଙ୍ଗୀରବାସୀ ଏକ ହୋଇ ବଲାଙ୍ଗୀର ଦିନ୍ ପାଳନ କରିଥିଲେ। ଏଥର ବଲାଙ୍ଗୀର ମାଁ ମାଟିର ମହକ, ଏହାର ଇତିହାସ, କଳା, ସଂସ୍କୃତିକୁ ନେଇ ଏକ ବିଶେଷ ସ୍ମରଣିକା ପ୍ରକାଶ କରାଯିବା ବୋଲି ସ୍ଥାନୀୟ ଟାଉନ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ବଲାଙ୍ଗୀର ଦିନ୍‌ ଆୟୋଜକ କମିଟି ପ୍ରକାଶ କରିଛି।

କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତା ତଥା ସଂପାଦକ ପ୍ରଶାନ୍ତ ମାହକୁରଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ଆଗାମୀ ବଲାଙ୍ଗୀର ଦିନ୍‌କୁ ଆହୁରି ମୁଖର ଓ ପ୍ରଖର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା। ତାଛଡ଼ା ଏଥର ବଲାଙ୍ଗୀର ମାଁ ମାଟି ଓ ମହକକୁ ନେଇ ଏକ ସ୍ମରଣିକା ପ୍ରକାଶ କରିବା ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। କମିଟି ଏହି ଉଦ୍ଦେଶ୍ୟରେ ସାରା ଜିଲ୍ଲାରୁ ଉଚ୍ଚ ସ୍ତରର ଲେଖା ପଠାଇବା ପାଇଁ ଅନୁରୋଧ କରିଛି।

ପ୍ରଚାର ପ୍ରସାର କମିଟିର ସଂପାଦକ ବିଭୁ କଲ୍ୟାଣ ଗଡ଼ତିଆ ସଭା ପରିଚାଳନା କରିଥିବା ବେଳେ ସଭାରେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କୋଶଲବାଦୀ ନିମେଇ ପାଣିଗ୍ରାହୀ, ପ୍ରଫେସର ଶିବ ନନ୍ଦ, ବରିଷ୍ଠ ସାମ୍ବାଦିକ ଅରୁଣ ମିଶ୍ର, ଆନନ୍ଦ ଚନ୍ଦ୍ର ସାହୁ, ମନୋରଞ୍ଜନ ଯୋଷୀ, ଅଖିଳ ହୋତା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁନୀଲ ମହାନ୍ତି, ଯୁଧିଷ୍ଠିର ମେହେର, ଦେବାଶିଷ ମିଶ୍ରଙ୍କ ସହିତ ସହ ଅଧ୍ୟକ୍ଷ ବିନୋଦ କାଲସାଏ, ଅର୍ଜୁନ ସାହୁ, ପ୍ରଭାକର ମିଶ୍ର, ରତନ ମହାରଣା, ଗୋପାଲଜୀ ପାଣିଗ୍ରାହୀ, ଦୀନେଶ ଶର୍ମା, ସୋମନାଥ ମିଶ୍ର, ଅଭିଷେକ ଦାଶ, ବିକାଶ ସାଏ, ସଙ୍ଗିତା ପାଣିଗ୍ରାହୀ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ପଶ୍ଚିମ ଓଡ଼ିଶା ଯୁବମଞ୍ଚ, ନାଗରିକ କମିଟି, ମାହେଶ୍ୱରୀ ଗୃପ, ତହଁକ ପରିବାର, ଯାଦବ ସମାଜ, ସମଲେଶ୍ୱରୀ ମନ୍ଦିର ଆଳତି କମିଟି, ବଲାଙ୍ଗୀରର ସ୍ୱେଚ୍ଛାସେବୀ ସଂଗଠନ, ସ୍ମାଇଲ ଫର ୟୁ ସଂଗଠନର ସଭ୍ୟମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ଆବାହକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe