ଓଡ଼ିଶାରେ କେଉଁ ଶୁଖୁଆର ରହିଛି ଅଧିକ ଚାହିଦା ? କେମିତି ପ୍ରସ୍ତୁତ ହୁଏ ସୁଆଦିଆ ଶୁଖୁଆ ଜାଣନ୍ତୁ

ଓଡ଼ିଶାରେ କେଉଁ ଶୁଖୁଆର ରହିଛି ଅଧିକ ଚାହିଦା ? କେମିତି ପ୍ରସ୍ତୁତ ହୁଏ ସୁଆଦିଆ ଶୁଖୁଆ ଜାଣନ୍ତୁ

Photo-Debanand

ଅସ୍ତରଙ୍ଗ(ବୋୖଦ୍ଧାୟନ ଆଚାର୍ଯ୍ୟ): ଲୁଣି ପାଣିର ସୁଆଦିଆ ଶୁଖୁଆ । ପଖାଳ ଭାତ ସହ ଏହି ଲୁଣି ଶୁଖୁଆର ରହିଛି ସ୍ୱତନ୍ତ୍ର ସମ୍ପର୍କ। ହେଲେ ଏହି ସୁଆଦ ପଛରେ ଲୁଚିରହିଛି ଶୁଖୁଆ ସହ ଜଡିତ କିଛି ଲୋକଙ୍କ ହାଡଭଙ୍ଗା ପରିଶ୍ରମ। ଅସ୍ତରଙ୍ଗର ଦେବୀ ନଦୀ ମୁହାଣରେ ଶୁଖୁଆ ପ୍ରସ୍ତୁତି ପଛର କାହାଣୀ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ |

publive-image Photo-Debanand

ଗଭୀର ସମୁଦ୍ରରୁ ଧୀବରମାନେ ମାଛ ଧରି ଆଣିବା ପରେ ଆରମ୍ଭ ହୁଏ ଶୁଖୁଆର ପ୍ରସ୍ତୁତି ପର୍ବ | ମାଛ ଧରିବା ପରେ ଏହାକୁ ଲୁଣ ପାଣିରେ ଦିନେ କି ଦୁଇଦିନ ବତୁରାଯାଏ |ତେବେ ପାଣିପାଗ ଉପରେ ଏହି ବତୁରାଯିବା ପ୍ରକ୍ରିୟା ନିର୍ଭର କରିଥାଏ | ବ୍ରହ୍ମପୁରର ହୁମାରୁ ଆସୁଥିବା ଲୁଣକୁ ଏକ ପାଣିକୁଣ୍ଡରେ ରଖି ମାଛକୁ ରଖାଯାଇଥାଏ | ଏହା ପରେ ଏହାକୁ ଶୁଖୁଆ ଖଳାରେ ଶୁଖାଯାଇଥାଏ | ଦୁଇ ଦିନ ଶୁଖାଯିବା ପରେ ଶୁଖୁଆକୁ ପ୍ରକାରଭେଦ ହିସାବରେ ଅଲଗା କରାଯାଏ | ପଥରମୁଣ୍ଡୀ, ଚାଉଳି, ଚିଙ୍ଗୁଡ଼ି, ଫାସୀ, ପାତୁଆ ଭଳି ଶୁଖୁଆ ପ୍ରସ୍ତୁତି କରାଯାଉଥିବାବେଳେ ଏହା ପରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥାଏ |

publive-image

ଶୁଖୁଆର ପ୍ରକାର ଭେଦ ଅନୁସାରେ କିଲୋ ପିଛା ୩୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ଯାଏଁ ମୂଲ୍ୟ ସ୍ଥିର କରାଯାଇଥାଏ | ଓଡିଶା ବଜାରରେ ଚାଉଳି ଶୁଖୁଆର ଚାହିଦା ଅଧିକ ରହିଥିବାବେଳେ ଏବେ କିଛି ସମସ୍ୟା ଦେଇ ଏମାନେ ଗତି କରୁଛନ୍ତି | ଦିନକୁ ଦିନ ମାଛ ଉତ୍ପାଦନ କମୁଥିବାରୁ ଏହି ଜୀବିକାକୁ ନେଇ ଏବେ ଚିନ୍ତା ବଢିଛି । ଲୁଣି ପାଣିରେ ବତୁରିଯାଉଛି ଏହି ଶିଳ୍ପ ସହ ସମ୍ପୃକ୍ତ ଅନେକଙ୍କ ଭାଗ୍ୟ। ତଥାପି ଅନେକଙ୍କ ମୁହଁରେ ଶୁଖୁଆର ବାସ୍ନା ପହଞ୍ଚାଇବାକୁ ଏମାନେ ସବୁବେଳେ ବ୍ୟସ୍ତ ରହିଛନ୍ତି |

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe