ସାଧାରଣ ନିର୍ବାଚନ ପ୍ରସ୍ତୁତି: କଡ଼ା ସୁରକ୍ଷାରେ ଗଞ୍ଜାମରେ ପହଞ୍ଚିଲା ଇଭିଏମ୍

Advertisment
ସାଧାରଣ ନିର୍ବାଚନ ପ୍ରସ୍ତୁତି: କଡ଼ା ସୁରକ୍ଷାରେ ଗଞ୍ଜାମରେ ପହଞ୍ଚିଲା ଇଭିଏମ୍

ଛତ୍ରପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଏହିକ୍ରମ‌ରେ ଆଜି ହାଇଦ୍ରାବାଦ ସ୍ଥିତ ଇସିଆଇଏଲରୁ ୧୬ଟି କଣ୍ଟେନର୍‌ରେ ଇଭିଏମ୍ ଆସି ପହଞ୍ଚିଛି। କଡ଼ା ସୁରକ୍ଷା ବଳୟରେ ୧୦୬୨୦ କ‌ଣ୍ଟ୍ରୋଲ୍ ୟୁନିଟ୍ ଓ ୧୦୬୨୦ ବାଲଟ୍ ୟୁନିଟ୍ ଆସିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମରେ ଇଭିଏମ୍‌ ରଖାଯାଇଛି।

ସୁରକ୍ଷା ପାଇଁ ୨୪ ଘଣ୍ଟିଆ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ପସ୍ଥିତ ଥିଲେ। ପୂର୍ବରୁ ୨୫୦ ଜଣଙ୍କୁ ଇଭିଏମ୍‌ ବ୍ୟବାହର ନେଇ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହାର ସ୍କ୍ରିନିଂ ଏବଂ ଏଟିପି କରାଯିବ ବୋଲି ଆସିଷ୍ଟାଣ୍ଟ୍ କଲେକ୍ଟର (ନିର୍ବାଚନ) ଓମପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe