Settlement of disputes between Lingaraj temple sevayata
ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବ ରାତ୍ରି ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ପ୍ରାରମ୍ଭରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସମସ୍ତଙ୍କୁ ସ୍ୱାଗତ କରିବା ସହ ସମନ୍ୱୟ ବୈଠକରେ ଚିଠା ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଆସନ୍ତା ୧୫ ତାରିଖରେ ଜାଗର ପଡୁଥିବା ବେଳେ ଉକ୍ତ ଦିନ ପ୍ରାତଃ ୩ ଘଟିକା ସମୟରେ ମନ୍ଦିର ଖୋଲାଯାଇ ଆବଶ୍ୟକୀୟ ନୀତି କରାଯିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ଏଥିପାଇଁ ଧାର୍ଯ୍ୟ ସମୟରେ ନୀତି ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ସେବାୟତ ମାନଙ୍କ ସହଯୋଗ ଲୋଡ଼ାଯାଇଛି।
/filters:format(webp)/sambad/media/media_files/2026/01/31/babu-2026-01-31-22-07-32.jpg)
ଆହୁରି ପଢ଼ନ୍ତୁ: Nandankanan: ନନ୍ଦନକାନନରେ ପ୍ରଥମ ପାର୍ମା ୱାଲାବି ଶାବକର ଜନ୍ମ
ସେହିଭଳି ମନ୍ଦିର ଭିତରେ ଭକ୍ତ ମାନଙ୍କ ସୁବିଧା ପାଇଁ ବ୍ୟାରିକେଡିଂ, ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କାର୍ଯ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ମନ୍ଦିର ଚାରିପାଖରେ ଆଲୋକୀକରଣ, ମୌନି ଘାଟ ସଫେଇ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା, ଆମ୍ବୁଲାନ୍ସ ମହଜୁଦ, ସାଇନେଜ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ ପାଇଁ ବିଏମସିକୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ପାଇଁ ସେଡ ନିର୍ମାଣ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ, ପୁଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା, ରେଡ଼କ୍ରସ ଓ ଅନ୍ୟାନ୍ୟ ସ୍ବେଛାସେବୀ ମୁତୟନ ଆଦି କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।
ଆହୁରି ପଢ଼ନ୍ତୁ: Cricket: ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଉକ୍ତ ବୈଠକରେ ଉଭୟ ବିଧାୟକ ଓ ମେୟର ଚଳିତ ବର୍ଷର ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଭକ୍ତମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ସେହିଭଳି ଜିଲ୍ଲାପାଳ ଅମ୍ରିତ ଋତୁରାଜ ମଧ୍ୟ ଦାୟିତ୍ୱ ସମ୍ପାଦନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ,ବିଭାଗୀୟ ଅଧିକାରୀ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Follow Us