ବରପାଲି ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି

ବରପାଲି ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି

ବରପାଲି : ସ୍ଥାନୀୟ ନୃପରାଜ କ୍ଲବ ପ୍ରାଙ୍ଗଣରେ ୧୪୬ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭୂତି ମିଶ୍ର, ପ୍ରଭୁ ମହାନ୍ତି, ପଦ୍ମଲୋଚନ ସାହୁ, ପ୍ରସନ୍ନ ମେହେର, ବିନୋଦାନନ୍ଦ ସାହୁ, ସରୋଜ ତ୍ରିପାଠୀ, ଅରୁଣ ପଣ୍ଡା, ସଞ୍ଜୟ ଗୁପ୍ତା, ଲଳିତ ବାରିହା, ହରିହର ସାହୁ, ବିକ୍ରମ ସାହୁ, ଚିତ୍ତରଞ୍ଜନ ସାହୁ, ବିଭୁଦତ୍ତ ପଧାନ, ସୁଧୀର ଗଡ଼ତିଆ, ସୁବ୍ରତ ସାହୁ, ସନ୍ତୋଷ ଗୁପ୍ତା ପ୍ରମୁଖ ଯୋଗଦାନ କରିଥିଲେ। ପୂର୍ବରୁ ଗଠିତ ହୋଇଥିବା କମିଟି ଗୁଡିକରେ କିଛି ନୂତନ ସଭ୍ୟମାନଙ୍କୁ ସାମିଲ କରାଯାଇଥିଲା।

ଷଷ୍ଠୀଯାତ୍ରା ଆୟୋଜନ କିପରି ସରସସୁନ୍ଦର ଓ ଆକର୍ଷଣୀୟ ହେବ, ସେ ବିଷୟରେ ସୁଚିନ୍ତିତ ମତାମତ ଗ୍ରହଣ କରାଯାଇଥିଲା। ବରପାଲିର ସଂସ୍କୃତି, ଐତିହ୍ୟ ସହ ଶୀତଳଷଷ୍ଠୀ ସମ୍ପର୍କିତ ଏକ ସର୍ବସାଧାରଣ କୁଇଜ୍‌ ଆୟୋଜନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ପିନାକୀ ଦାଶ ଭଗବାନ ଶିବଙ୍କ ଶ୍ଳୋକ ଗାନ କରିଥିଲେ। ସମ୍ପାଦକ ଜୟନ୍ତ ତ୍ରିପାଠୀ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଷଷ୍ଠୀଯାତ୍ରା ଉପଲକ୍ଷେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ‘ରୁଦ୍ର ଜ୍ୟୋତି’ ପାଇଁ ଇଛୁକ ଲେଖକ ଲେଖିକାମାନେ ଶିବ ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପର୍କରେ ଲେଖାଗୁଡିକ ଷଷ୍ଠୀଯାତ୍ରା ସମ୍ପାଦକଙ୍କ ପାଖକୁ ପଠାଇବା ପାଇଁ ନିବେଦନ କରାଯାଇଛି। ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କଳାକାର, ଯାତ୍ରା କମିଟି ସଦସ୍ୟ ଉପସ୍ଥିତ ଥିଲେ। ଅଶୋକ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe