କୋଣାର୍କ : ଆଉ ମାତ୍ର ଏକ ସପ୍ତାହ ପରେ କୋଣାର୍କ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ ପୁରାଣ ବର୍ଣ୍ଣିତ ବିଶ୍ବପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼। ଚଳିତବଷଁ ମାଘମେଳାର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରାରମ୍ଭିକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ମାଘସପ୍ତମୀବୁଡ଼ର ମୁଖ୍ୟ ସ୍ଥାନ ଭାବେ ବିବେଚିତ ତୀର୍ଥ ପୁଷ୍କରଣୀ ଅଦ୍ୟାବଧି ଖନନ ନହେବା କିମ୍ବା ତୀର୍ଥ ପୁଷ୍କରଣୀରୁ ପଙ୍କଉଦ୍ଧାର କାର୍ଯ୍ୟ ଆରମ୍ଭ ନହେବା ଘଟଣାକୁ ନେଇ ଚଳିତବଷଁ ମାଘମେଳାର ତିନି ଆରାଧ୍ୟ ଠାକୁରଙ୍କ ସମେତ ଲକ୍ଷାଧିକ ଶ୍ରଧାଳୁ ମାନଙ୍କ ତୀର୍ଥ ସ୍ନାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମାଘସପ୍ତମୀ ବୁଡ଼ର ସଫଳ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କୋଣାର୍କ ଏନ୍ଏସି ପକ୍ଷରୁ ଗତ ତିନିଦିନ ଧରି ମେଳାପଡ଼ିଆ ସଫେଇ କାର୍ଯ୍ୟ ଜାରି ରହିଛି। ତେବେ ଉପରେ ଜମି ରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଉଥିବା ସମୟରେ ଟ୍ରାକ୍ଟର ସହାଯ୍ୟରେ ବାଲିକୁ ସମତୁଲ କରାଯାଉଛି। ସେହିପରି ଲାବଣ୍ୟଛକରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଓ ଚନ୍ଦ୍ରଭାଗା ବଜାରରେ ଥିବା ଷ୍ଟ୍ରିଟଲାଇଟ ଓ ହାଇମାକ୍ସ ଲାଇଟ ଗୁଡ଼ିକ ଏନଏସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଥିବାର ଦେଖାଯାଇଛି। ତୀର୍ଥ ପୁଷ୍କରଣୀ ଚାରିପାଖରେ ଥିବା ପାଚେରୀ ଗୁଡ଼ିକ ଭାଙ୍ଗି ରୁଜି ଯାଇଥିବାରୁ ତାର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।
ମାଘ ସପ୍ତମୀ ପାଇଁ ପ୍ରସ୍ତୁତି : ତୀର୍ଥ ପୁଷ୍କରିଣୀ ପାଚେରୀ ଓ ମଣ୍ଡପ ମରାମତି ଆରମ୍ଭ
Advertisment
Follow Us