୩୧ରେ ‘ସମ୍ବାଦ’ର ‘ଜୁଗାର୍‌’ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି  

୩୧ରେ ‘ସମ୍ବାଦ’ର ‘ଜୁଗାର୍‌’ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି  

ଝାରସୁଗୁଡା : ‘ସମ୍ବାଦ’ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ‘ଜୁଗାର’ ପତ୍ରିକାର ବାର୍ଷିକ ବିଶେଷ ସଂଖ୍ୟା (୨୦୨୦ର) ଉନ୍ମୋଚନ ଉତ୍ସବ ଏଥର ଝାରସୁଗୁଡ଼ାଠାରେ ଆସନ୍ତା ୩୧ ତାରିଖ ଦିନ ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ଝାରସୁଗୁଡ଼ା ସଂସ୍କୃତି ଭବନ ପରିସରରେ ଉକ୍ତ ଦିନ ସନ୍ଧ୍ୟା ୫ ଟା ୪୫ ମିନିଟ୍‌‌ ସମୟରେ ଉତ୍ସବ ଆରମ୍ଭ ହେବ। କାର୍ଯ୍ୟକ୍ରମକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରିବେ।

‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ବିଶେ‌ଷ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।

ଏହି ଅବସରରେ  ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ରୋଶନ ମିଞ୍ଜ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଦୀପ ଭୋଳ, ମିସନ୍‌ ଡ୍ରିମ୍ସ ମିସ୍‌ ଇଣ୍ଡିଆ ସୁଶ୍ରୀ ଅର୍ପିତା ନନ୍ଦ, ରଣଜୀ ଟ୍ରଫି ଖେଳାଳି ଶୋଭନ ଦେବ, କଣ୍ଠଶିଳ୍ପୀ ଡୁଲେ ରାପରଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସଭା ପୂର୍ବରୁ ଅପରାହ୍ଣରେ ପ୍ରତୀକାତ୍ମକ ‘ଜୁଗାର’କୁ ମା’ ଦକ୍ଷୀଣ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ଅଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe