ଗଣପର୍ବ ନୂଆଁଖାଇ ପାଇଁ ବଢ଼ିଲା ପ୍ରସ୍ତୁତି: ସମଲେଶ୍ବରୀ ମନ୍ଦିରକୁ ଆସିଲା ନୂଆ ଧାନ, ଆଜି ପାର୍ଶ୍ବ ଦେବଦେବୀଙ୍କ ସିନ୍ଦୂରଲାଗି

ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ‘ସରିଆ’ ଧାନ ପହଞ୍ଚିଛି। ରବିବାର ପୂର୍ବାହ୍ନ ୧୦ଟାରେ ସମ୍ବଲପୁର ସହର ଉପକଣ୍ଠ ବଲବସରପୁରର ସୁବାସ ବେହେରା ପରିବାର ସହିତ ଆସି ନୂଆ ଧାନ ଅର୍ପଣ କରିଛନ୍ତି।

fhhfshsfxb

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ‘ସରିଆ’ ଧାନ ପହଞ୍ଚିଛି। ରବିବାର ପୂର୍ବାହ୍ନ ୧୦ଟାରେ ସମ୍ବଲପୁର ସହର ଉପକଣ୍ଠ ବଲବସରପୁରର ସୁବାସ ବେହେରା ପରିବାର ସହିତ ଆସି ନୂଆ ଧାନ ଅର୍ପଣ କରିଛନ୍ତି। ଆସନ୍ତା ୨୮ ତାରିଖରେ ସମଲେଶ୍ବରୀଙ୍କ ନିକଟରେ ‘ସରିଆ’ ଧାନ ଚାଉଳରୁ ତିଆରି ଭୋଗଲାଗି ହେବ ବୋଲି ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ। 

ସୂଚନା ଅନୁଯାୟୀ, ‘ସରିଆ’ ଧାନ ହେଉଛି ୬୦ ଦିନିଆ ଅତି ସଅଳ କିସମ ଧାନ। ଏଥିରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ ହୁଏ ନାହିଁ। ଧାନ କିଆରିରେ କୌଣସି ପଶୁ, ପକ୍ଷୀ ସ୍ପର୍ଶ କରି ନ ପାରିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିଲା ବୋଲି ସୁବାସ ବେହେରାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି। ବିଧିବଦ୍ଧ ଭାବେ ଫସଲ ପୂଜା ପରେ ଧାନ କଟାଯାଇ ମନ୍ଦିର ମୁଖ୍ୟ ପୂଜକଙ୍କ ଘରକୁ ଅଣାଯାଇଥାଏ। ମୁଖ୍ୟ ପୂଜକ ଶ୍ରୀ ରାୟଙ୍କ କହିବା ଅନୁସାରେ, ‘ସରିଆ’ ଧାନ ପହଞ୍ଚିବା ପରେ ପୂଜକଙ୍କ ପରିବାରବର୍ଗ ମିଶି ଏହାକୁ ଶୁଖାଇ ଚୋପା ଛଡ଼ାନ୍ତି। ବର୍ତ୍ତମାନ ବର୍ଷା ହେଉଥିବାରୁ ଏହାକୁ ବାନ୍ଧି ରଖାଯିବ। ନୂଆଁଖାଇ ଦିନ ଏହାକୁ ଗୁଣ୍ଡକରି ଚୂନା କରାଯାଏ ଏବଂ ଗାଈଘିଅ, ମହୁ, ଗୁଡ଼, କ୍ଷୀର ଦେଇ ନବାନ୍ନ ପ୍ରସ୍ତୁତ ହୋଇଥାଏ। ମା’ ସମଲେଶ୍ବରୀଙ୍କ ନିକଟରେ ସରିଆ ଧାନର ନବାନ୍ନ ଲାଗି ହେବାର ପରମ୍ପରା ରହିଛି। ଆସନ୍ତାକାଲି ସୋମବାର ଅନ୍ନଭୋଗ ଲାଗି ପରେ ପୂର୍ବାହ୍ନ ୧୦.୩୦ରୁ ୧୧ଟା ମଧ୍ୟରେ ପୂଜକମାନେ ପାର୍ଶ୍ବ ଦେବଦେବୀଙ୍କୁ ସିନ୍ଦୂର ଲଗାଇବେ। ଏଥିସହ ମନ୍ଦିର ଗମ୍ଭୀରା ସଫା କରାଯିବା ସହ ମନ୍ଦିରରେ ରଙ୍ଗ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe