ବିଶ୍ୱକପ୍‌ ହକି ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଦକ୍ଷିଣୀପାଲିରେ ଜିଲ୍ଲାସ୍ତରୀୟ ହକି ମହୋତ୍ସବର ଶୁଭାରମ୍ଭ, ମହିଳାଙ୍କ ସହ ନାଚିଲେ ଜିଲ୍ଲାପାଳ

ବିଶ୍ୱକପ୍‌ ହକି ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଉଲୁଣ୍ଡା/ ସୁବର୍ଣ୍ଣପୁର: ଆସନ୍ତା ଜାନୁଆରି ୧୩ରୁ ହେବାକୁ ଥିବା ବିଶ୍ବକପ୍‌ ହକି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜିଲ୍ଲାର ହକିଗଡ଼ କୁହାଯାଉଥିବା ଦକ୍ଷିଣୀପାଲିଠାରେ ଆଜି ଏକ ସୁସଜ୍ଜିତ ହକି ରଥକୁ ପତାକା ଦେଖାଇ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଆଜି ପୂର୍ବାହ୍ଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍‌ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଉଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ହେମସାଗର ଭୋଇଙ୍କ ଜିଲ୍ଲାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠିତ ଶୋଭାଯାତ୍ରାରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସାମିଲ୍‌ ହୋଇ ଆଦିବାସୀ ନୃତ୍ୟ କରିଥିଲେ। ପରେ ଦକ୍ଷିଣୀପାଲି ଖେଳପଡ଼ିଆରେ ଦକ୍ଷିଣୀପାଲି ଓ ଏସ୍‌.ପତ୍ରାପାଲି ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ରଥ ଜିଳ୍ଲାର ସମସ୍ତ ୧୦୯ଟି ଗ୍ରାମପଞ୍ଚାୟତ ପରିକ୍ରମା କରିବ। ଆଜି ପ୍ରଥମ ଦିବସରେ ହକି ରଥ ଦକ୍ଷିଣୀପାଲିଠାରୁ ଆରମ୍ଭ ହୋଇ ଉଲୁଣ୍ଡା ବ୍ଲକ୍‌ର ପଞ୍ଚମହଲା, ଯାଲୋଏରେ ପହଞ୍ଚିଥିଲା। ଏଥିରେ ସରପଞ୍ଚ ନିବେଦିତା ମିଶ୍ର, ଏବିଡିଓ ଶୁଭ୍ରାଂଶୁ ମଲ୍ଲିକ, ଜିପିଓ ପୀତବାସ ପଣ୍ଡା, ଇଓ ଧୀରେନ୍ଦ୍ର ବାଘ, ସହକାରୀ ଯନ୍ତ୍ରୀ ଏସ୍‌. ସେଠୀ ପ୍ରମୁଖ ସାମିଲ ହୋଇ ହକିରଥକୁ ଯାଲୋଏ ଗ୍ରାମପଞ୍ଚାୟତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe