ପ୍ରବାସୀ ଭାରତୀୟ ଦିବସ ପାଇଁ ଚାଲିଛି ପ୍ରସ୍ତୁତି: ସବୁଠି ଦିଶିବ ଓଡ଼ିଶା ଐତିହ୍ୟ, ସଂସ୍କୃତିର ଚିତ୍ର

ଆଉ ମାତ୍ର ୪ ଦିନ। ୮ ତାରିଖଠାରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ’ର ଅଷ୍ଟଦଶ ସଂସ୍କରଣ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ସମ୍ମେଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ssfsfsf

ଚନ୍ଦ୍ରଶେଖରପୁର: ଆଉ ମାତ୍ର ୪ ଦିନ। ୮ ତାରିଖଠାରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ’ର ଅଷ୍ଟଦଶ ସଂସ୍କରଣ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ସମ୍ମେଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ମେଳନ ସ୍ଥଳୀକୁ ସୁନ୍ଦର ଭାବେ ସଜ୍ଜାଯିବା ସହ ଆଲୋକୀକରଣ କରାଯାଉଛି। ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ ସମ୍ମେଳନରେ ପ୍ରମୁଖ ଆକର୍ଷଣ ହେବ ‘ଓଡ଼ିଶା ଥିମ୍ ପ୍ୟାଭିଲିୟନ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ପ୍ୟାଭିଲିୟନରେ ଓଡ଼ିଶାର ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିଳ୍ପ ବିକାଶ ପ୍ରଦର୍ଶିତ ହେବ। ଏହି ପ୍ୟାଭିଲିୟନ ଓଡ଼ିଶା ସଂସ୍କୃତିର ପେଣ୍ଠସ୍ଥଳ ହେବ।

୪୦୦ ବର୍ଗମିଟର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ଏହି ପ୍ୟାଭିଲିୟନର ନାମ ରହିଛି ‘ଗ୍ଲୋରିୟସ ଓଡ଼ିଶା: ପ୍ରାଚୀନରୁ ଆଧୁନିକ’। ପ୍ୟାଭିଲିୟନକୁ ପାରମ୍ପରିକ କାରିଗରୀ ଓ ଆଧୁନିକ ଡିଜାଇନର ଏକ ସନ୍ତୁଳିତ ଏକୀକରଣରେ ଉପସ୍ଥାପନ କରାଯିବ। ଏହାର ଗଠନଶୈଳୀରେ ଓଡ଼ିଶାର ଆଭ୍ୟନ୍ତରୀଣ ପରମ୍ପରା ସଂସ୍କୃତି, ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ରାଜ୍ୟର ବୈଶିଷ୍ଟ୍ୟର ଛାପ ଦେଖିବାକୁ ମିଳିବ। ଏହାକୁ ପଟ୍ଟଚିତ୍ର, ଚାନ୍ଦୁଆ କାର୍ଯ୍ୟ ଓ ଆଦିବାସୀ ଚିତ୍ରକଳାରେ ସୁସଜ୍ଜିତ କରାଯିବ, ଯାହାକି ପରିଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପାଭିଲିୟନରେ ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜୀଗୁଡ଼ିକୁ ପ୍ରଦର୍ଶନ କରାଯିବ। ଏହାର ବାହ୍ୟ ସରଞ୍ଚନାରେ ଓଡ଼ିଶାର ଅନନ୍ୟ କଳା, ହସ୍ତତନ୍ତ, ଐତିହ୍ୟ, ପାରମ୍ପରିକ ସଂସ୍କୃତି, ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ, ହସ୍ତଶିଳ୍ପ, ଆଦିବାସୀ ସମ୍ପ୍ରଦାୟର ଅବଦାନ ସମେତ ଓଡ଼ିଶାର ସାଂସ୍କୃତିକ ଉତ୍ତରାଧିକାରକୁ ଦର୍ଶାଉଥିବା ଭିଜୁଆଲ୍ କାହାଣୀଗୁଡ଼ିକ ଉପସ୍ଥାପିତ ହେବ।

ପରିଦର୍ଶକମାନଙ୍କୁ ବିଶେଷ ଭାବରେ ପ୍ରବେଶ କ୍ଷେତ୍ର ଓ ୩ଡି ସ୍ଥାପତ୍ୟ ପ୍ରଭାବିତ କରିବ। ବଡ଼ ଆକାରର ଥ୍ରିଡି ସ୍ଥାପତ୍ୟଗୁଡ଼ିକ ଓଡ଼ିଶାର ପ୍ରତୀକ, ସାଂସ୍କୃତିକ ଉପାଦାନ ଓ ଶିଳ୍ପ ସଫଳତାକୁ ପ୍ରତିନିଧିତ୍ୱ କରିବ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ବିସ୍ତୃତ ପ୍ରତିକୃତି ଏଠାରେ ସ୍ଥାନ ପାଇବ। ଏଥିସହ ଚିଲିକା ହ୍ରଦ ଇକୋସିଷ୍ଟମ୍, ପକ୍ଷୀ ବିହାରର ଭର୍ଚୁଆଲ୍ ଅନୁଭୂତି ନେବେ ପ୍ରବାସୀ ଭାରତୀୟ। ଦର୍ଶକଙ୍କ ଅନୁଭୂତିକୁ ଆହୁରି ସୁନ୍ଦର ଓ ସ୍ୱତନ୍ତ୍ର କରିବାକୁ ଡିଜିଟାଲ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ତଥା ବିକାଶୋମୁଖୀ ଶିଳ୍ପର ସୁଯୋଗ ପୃଷ୍ଠଭୂମି ଭାବେ ଓଡ଼ିଶାର ବିଷୟବସ୍ତୁ ପ୍ରଦର୍ଶନ କରିବାର ଯୋଜନା ରହିଛି। ପାରମ୍ପରିକ ସଂସ୍କୃତିକୁ ଏଥର ଆନିମେଟେଡ୍‌ ଭିଡିଓ, ଡିଜିଟାଲ୍ କଣ୍ଟେଣ୍ଟ୍ ଓ ଭର୍ଚୁଆଲ ରିଆଲିଟି ଆଦି ଆଧୁନିକ ମାଧ୍ୟମରେ ପରିବେଷଣ କରିବାର ମଧ୍ୟ ଯୋଜନା ରହିଛି। ଏଥିସହ ଓଡ଼ିଶାର ଶିଳ୍ପ ପ୍ରଗତିକୁ ଆଲୋକିତ କରୁଥିବା ମଡେଲଗୁଡ଼ିକ ପ୍ରଦର୍ଶିତ ହେବ। କେବଳ ମନୋରଞ୍ଜନ ନୁହେଁ, ଭାରତ ବାହାରେ ରହୁଥିବା ପ୍ରବାସୀ ଓ ବିଭିନ୍ନ ଦେଶରୁ ଆସିବାକୁ ଥିବା ପ୍ରତିନିଧିଙ୍କୁ ଓଡ଼ିଶାର ସଂସ୍କୃତି ସହ ଯୋଡ଼ିବାର ଏକ ଉତ୍ତମ ମାଧ୍ୟମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe