ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ  ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ସୋମବାର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ  ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି...

Preparatory meeting in Rourkela to celebrate Independence Day

Preparatory meeting in Rourkela to celebrate Independence Day Photograph: (sambad.in)

ରାଉରକେଲା: ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ  ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ସୋମବାର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ  ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ ରାଉରକେଲାଠାରେ ମହାସମାରୋହ ଭାବରେ ସ୍ବାଧୀନତା ଦିବସ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।


ବୈଠକରେ ଆନୁଷଙ୍ଗିକ ବ୍ୟବସ୍ଥା, ପରେଡ ପଡିଆରେ ସାଜସଜ୍ଜା, ସଫେଇ, ପାନୀୟ ଜଳ ଯୋଗାଣ, ଅଭ୍ୟାସ ପରେଡ, ଟ୍ରାଫିକ ନିୟନ୍ତ୍ରଣ, ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ରାଉରକେଲା ମହାନଗର ନିଗମ  ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନା ଉପରେ ଗୁରୁତ୍ବ ଦେବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଛନ୍ତି। 

୧୫ ଅଗଷ୍ଟ ଦିନ ପ୍ରାତଃକାଳରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ ସକାଳ ୫ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବା ସହ ସମସ୍ତ ବିଦ୍ୟାଳୟର  ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସକାଳ ୬ ଘଟିକା ପ୍ରଭାତଫେରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଛି। ସକାଳ ୭:୩୦ ମିନିଟ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ।

ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ପୂର୍ବାହ୍ନ ୯: ୧୫ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପରେଡରେ ଅଭିବାଦନ ଗ୍ରହଣ କରିବେ।  ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ।

ଏହି ଅବସରରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ  ପ୍ରବନ୍ଧ ଲିଖନ, ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ଗାନ ଆଦି ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଯାଇଛି। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସ୍ବାଧୀନତା ଦିବସ ଉପଲକ୍ଷେ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। 

ବୈଠକରେ  ଡେପୁଟି କଲେକ୍ଟର  ସାଧ୍ବୀ  ଦେହୁରିଆ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଧ୍ୟାପକମାନେ ଉପସ୍ଥିତ  ଥିଲେ।

sundargarh | Independence Day

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe