ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ: ୨୫ରୁ କଲମପୁର, ଜୟପାଟଣା ଓ କୋକସରାରେ ଧାନ କିଣା

ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ: ୨୫ରୁ କଲମପୁର, ଜୟପାଟଣା ଓ କୋକସରାରେ ଧାନ କିଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ଟାଉନ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପେକ୍ସ, ଏସ୍‌ଏଚ୍‌ଜି ସଦସ୍ୟା ଏବଂ ମିଲର୍ସ ସାମିଲ ହୋଇଥିଲେ। ଚଳିତ ବର୍ଷ ୯୮ ହଜାର ୩ଶହ ୩୭ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାକୁ ୪୧ ଲକ୍ଷ ୮୦ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି।

ଆସନ୍ତା ନଭେମ୍ବର ୨୫ ତାରିଖରୁ ଜିଲ୍ଲାର କଲମପୁର, ଜୟପାଟଣା ଓ କୋକସରା ବ୍ଲକରେ ଧାନ କିଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ୭୪ଟି ପେକ୍ସ ଓ ୩୩ଟି ଏସ୍‌ଏଚ୍‌ଜି ମାଧ୍ୟମର ୨୧୨ଟି ମଣ୍ଡିରେ ଧାନ କ୍ରୟ କରାଯିବ। ଧାନ କିଣିବା ନିମନ୍ତେ ୬୪ ଜଣ ମିଲର୍ସ ନିୟୋଜିତ ହେବେ। ଏପର୍ଯ୍ୟନ୍ତ ୪୦ ଜଣ ମିଲର୍ସ ଏଗ୍ରିମେଣ୍ଟ କରିଥିବାବେଳେ ଆହୁରି ୨୫ ଜଣ ମିଲର୍ସ ଚାଉଳ ପ୍ରଦାନ କରି ନଥିବା ଯୋଗୁଁ ଏଗ୍ରିମେଣ୍ଟ କରିନାହାଁନ୍ତି। ବୈଠକରେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ ଯୋଗ ଦେଇଥିଲେ। ଚିଫ୍‌ ସିଏସ୍‌ଓ ପବିତ୍ର କୁମାର ସାହୁ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe