ଦ୍ବୈତନଗରୀ ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ: ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୦ ବାଲିଯାତ୍ରା ପଡ଼ିଆରେ ଗଣେଶ ମହୋତ୍ସବ

ଦ୍ବୈତନଗରୀ ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ: ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୦ ବାଲିଯାତ୍ରା ପଡ଼ିଆରେ ଗଣେଶ ମହୋତ୍ସବ

Mumbai Mirror

କଟକ : କଟକ-ଭୁବନେଶ୍ବର ଦ୍ବୈତ ନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ସ୍ଥାନୀୟ ଟାଉନହଲରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟିର ସଭାପତି ସରୋଜ ସିଂହ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରସ୍ତୁତି ‌ବୈଠକରେ ମୁଖ୍ୟଅତିଥି ଭାବେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉପର ପଡ଼ିଆରେ ଗଣେଶ ମହୋତ୍ସବ ପାଳନ ସମ୍ପର୍କରେ ଘୋଷଣା କରିବା ସହିତ ବିଭିନ୍ନ ଦିବସର କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇଥିଲେ। ଗଣେଶ ମହୋତ୍ସବ ପାଇଁ ଭୁବନେଶ୍ବରରେ ଆଉ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିବାକୁ ଶ୍ରୀ ପଟ୍ଟନାୟକ ଭୁବନେଶ୍ବର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

କଟକରେ ଆୟୋଜିତ ଗଣେଶ ମହୋତ୍ସବରେ ବରି‌ଷ୍ଠ ନାଗରିକ, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ, କଳାକାର, ସାମ୍ବାଦିକ, ଶିକ୍ଷାବିତ, ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଶ୍ରୀଗଣେଶ ସମ୍ମାନ’ ପ୍ରଦାନ କରାଯିବ ସହିତ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ୩୦ ବ‌ର୍ଷ ପୂର୍ତ୍ତି ଉପରେ ଏକ ସ୍ମରଣିକା ପ୍ରଫେସର ସହଦେବ ପାତ୍ରଙ୍କ ସଂପାଦନାରେ ପ୍ରକାଶ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଡାକ୍ତର ପ୍ରଦୀପ ମହାନ୍ତି, ଡାକ୍ତର ଦୀପକ ପୃଷ୍ଟି, ଡାକ୍ତର ଦେବାନନ୍ଦ ମହାପାତ୍ର, ମେଲଣ କମିଟି ଅଧ୍ୟକ୍ଷ ଶିବେନ୍ଦ୍ର ହାତୀ, କଳସ ଶୋଭାଯାତ୍ରା କମିଟ ଅଧ୍ୟକ୍ଷ ଧୀରେନ୍ଦ୍ର ସାହୁ, ପ୍ରତି‌ଯୋଗିତା କମିଟି ଅଧ୍ୟକ୍ଷ ଶେଖ୍ କଲିମୁଲ୍ଲା, ପୂଜା କମିଟି ଅଧ୍ୟକ୍ଷ ଚୌଧୁରୀ କାଶୀନାଥ ମଲ୍ଲିକ, ସମନ୍ବୟ କମିଟି ଅଧ୍ୟକ୍ଷ ବସନ୍ତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସରୋଜ ‌ଛୋଟରାୟ, ଉପସଭାପତି ବିଦ୍ୟାଧର ପ୍ରଧାନ, ମହାସଚିବ ମନୋରଞ୍ଜନ ଦାସ, ସାଧାରଣ ସଂପାଦକ ଅଜୟ ମୁଦୁଲି, ସାଧାରଣ ସଂପାଦକ କ୍ଷୀରୋଦ କୁମାର ସାହୁ, ନିମାଇଁ ଚରଣ ଦାସ, ସଂପାଦକ ହରିଶ ରଥ, ପ୍ରବୀଣ ବରାଳ, ସଂଗଠନ ସଂପାଦକ ହେମନ୍ତ ସାହୁ, ବିଜୟ ଶର୍ମା, ସଂପାଦକ ନିରଞ୍ଜନ ପତି, ସଂପାଦକ ପୂର୍ଣ୍ଣେନ୍ଦୁ ମହାନ୍ତି, ପ୍ରଦୀପ କାଣ୍ଡି, ଯୁଗ୍ମ ସଂପାଦକ ତ୍ରିଲୋଚନ ମହାରଣା, ଶିବଶଙ୍କର ମଲ୍ଲିକ, ସର୍ବେଶ୍ବର ମୂଳିଆ, ରବୀନ୍ଦ୍ର ରାଉତ, ରବୀନ୍ଦ୍ର କୁମାର ସାହୁ, ପ୍ରଦୀପ୍ତ କୁମାର ଘଡେଇ, ଅଶ୍ବିନୀ ମହାରଣା, ବିଜୟ କୁମାର ବେହେରା, ହରେକୃଷ୍ଣ ମହାନ୍ତି, ଦେବାଶିଷ ମହାନ୍ତି, ମହମ୍ମଦ ମୁସିର, ସୁନିଲ ସ୍ବାଇଁ, ବିଭୂପ୍ରସନ୍ନ ମହାପାତ୍ର, ସଂଯୋଜ ସାମନ୍ତରାୟ, ଅଭିଜିତ ପତି, ନରଞ୍ଜନ ପତି, ଲଲାଟେନ୍ଦୁ ବଡ଼ୁ, ଚିତ୍ତରଞ୍ଜନ ଦାସ, ରାଜକିଶୋର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe