ପ୍ରାଥମିକ ସ୍କୁଲ ଖୋଲିବାକୁ ସଜବାଜ, ଖୋର୍ଧା, କଟକରେ ସ୍କୁଲ ଖୋଲିବା ନେଇ ଆଶଙ୍କା

Advertisment
ସମୟସୀମା ମଧ୍ୟରେ ସ୍କୁଲ, କଲେଜକୁ ଜମିପଟ୍ଟା ମିଳିବ

Tribune India

ଭୁବନେଶ୍ବର : ପିଲାମାନେ କୋଭିଡ୍‌ରେ ବିଶେଷ ଆକ୍ରାନ୍ତ ହେଉନାହାନ୍ତି। ତେଣୁ ପ୍ରାଥମିକ ବିଦ୍ୟାଳୟ ଖୋଲିବାରେ କୌଣସି ଅସୁବିଧା ନାହିଁ। ଆଇସିଏମ୍ଆରର ଏଭଳି ରିପୋର୍ଟ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି। ଏନେଇ ପ୍ରାରମ୍ଭିକ ବୈଠକ ଡକାଯାଇ ଆଲୋଚନା ହେଉଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ଏବଂ କରୋନା ସଂକ୍ରମଣ ଏକ ହଜାର ତଳକୁ ଖସେ ତେବେ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ସ୍କୁଲ ‌ଖୋଲିବାକୁ ଅନୁମତି ଦିଆଯିବ।

କେବଳ ରାଜ୍ୟ ସରକାର ନୁହନ୍ତି। ସିବିଏସ୍‌ଇ ମଧ୍ୟ ଏଦିଗରେ ଆଗକୁ ବଢ଼ିଛି। ଆଇସିଏମ୍‌ଆର ରିପୋର୍ଟ ପରେ ବୋର୍ଡ କର୍ତୃପକ୍ଷ ଦେଶର ପ୍ରମୁଖ ସ୍କୁଲଗୁଡ଼ିକ ସହ ଆଲୋଚନା କରିଛନ୍ତି। ଅଧିକାଂଶ ସ୍କୁଲ କର୍ତୃପକ୍ଷ ବିଦ୍ୟାଳୟ ଖୋଲିବାକୁ ମତପୋଷଣ କରିଛନ୍ତି। ତେବେ ତୃତୀୟ ଲହର ଆସିବାକୁ ଥିବାରୁ ଏବେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିବା ସପକ୍ଷରେ ସିବିଏସ୍‌ଇ ନ ଥିବା ଜଣାପଡ଼ିଛି।

ଜୁଲାଇ ୨୬ରୁ ଓଡ଼ିଶାରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଜିଲ୍ଲା ପ୍ରଶାସନ ଚିନ୍ତାପ୍ରକଟ କରିଛି। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛଡ଼ା ଯାଇଥିବାରୁ ଖୋର୍ଧା ଓ କଟକକୁ ନେଇ ଚିନ୍ତ‌ା ବଢ଼ିଛି। ସ୍କୁଲ ଖୋଲିବ କି ନାହିଁ ସେନେଇ ଉଭୟ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସହ ଘନ ଘନ ବୈଠକ କରି ଆଲୋଚନା କରୁଛନ୍ତି। ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ସ୍କୁଲ ଖୋଲିବା ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ଶିକ୍ଷକଙ୍କୁ ଟିକାକରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କହିଛନ୍ତି ଯେ ଶିକ୍ଷକଙ୍କୁ ଅଗ୍ରାଧିକାରରେ ଟିକା ଦେବାକୁ ଆମେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବୈଠକରେ ଏବାବଦରେ କୁହାଯାଇଥିଲା। ୨୬ରୁ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ। କାଗଜରେ ହେଉ ଅଥବା ଟେଲିଫୋନ, ହ୍ବାଟସ୍‌ଆପ୍‌ ମାଧ୍ୟମରେ ହେଉନା କାହିଁକି ସ୍କୁଲ ଆସିବା ଓ ହଷ୍ଟେଲରେ ରହିବା ପାଇଁ ଅଭିଭାବକଙ୍କ ଅନୁମତିପତ୍ର ବାଧ୍ୟତାମୂଳକ। ହଷ୍ଟେଲ ଖୋଲିବା ନେଇ ଏସଓପି ଜାରି ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe