ପର୍ଯ୍ୟଟନ ଋତୁ ପାଇଁ ପ୍ରସ୍ତୁତି: ୧୭ ପର୍ଯ୍ୟଟନ ସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍‌

Advertisment

ଡିସେମ୍ବର ପହିଲାରୁ ୭ଟି ସ୍ଥାନରେ ଇକୋ-ରି‌ଟ୍ରିଟ୍‌, ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍‌ ଟୁରିଜିମ୍‌

ଡିସେମ୍ବର ପହିଲାରୁ ୭ଟି ସ୍ଥାନରେ ଇକୋ-ରି‌ଟ୍ରିଟ୍‌, ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍‌ ଟୁରିଜିମ୍‌

ପର୍ଯ୍ୟଟନ ଋତୁ ପାଇଁ ପ୍ରସ୍ତୁତି: ୧୭ ପର୍ଯ୍ୟଟନ ସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍‌

The New Indian Express

ଭୁବନେଶ୍ବର : ଓଡ଼ିଶାର ପର୍ଯ୍ୟଟନ ବୈଭବକୁ ଆଗକୁ ବଢ଼ାଇବାକୁ ଅଣ୍ଟା ଭିଡ଼ିଛି ପର୍ଯ୍ୟଟନ ବିଭାଗ। କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ବିଗିଡ଼ି ଯାଇଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ରାସ୍ତାକୁ ଆଣିବା ଲାଗି ରାଜ୍ୟ ସରକାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୭ଟି ପର୍ଯ୍ୟଟନ ସ୍ଥଳୀକୁ ଚିହ୍ନଟ କରାଯାଇ ତାହାର ବିକାଶ ଲାଗି ନକ୍ସା ପ୍ରସ୍ତୁତ ହୋଇଛି। ଯେଉଁଥିରେ ଭିତରକନିକା, ନୃସିଂହନାଥ-ହରିଶଙ୍କର, ପୁରୀ-କୋଣାର୍କର ଚନ୍ଦ୍ରଭାଗା ଓ ରାମଚଣ୍ଡୀ ବେଳାଭୂମି, ଉଦୟପୁର-ତାଳସରି ବେଳାଭୂମି, ହୀରାକୁଦ, ଚିଲିକା, ଦାରିଙ୍ଗବାଡ଼ି, କୋରାପୁଟ ଜିଲ୍ଲାର ଦେଓମାଳି, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି, ଖୋର୍ଧା ଜିଲ୍ଲା ତଥା ଭୁବନେଶ୍ବରର ଧଉଳି, ଖଣ୍ଡଗିରି-ଉଦୟଗିରି ଓ ଶିଖରଚଣ୍ଡୀ, ପୁରୀ ଜିଲ୍ଲାର ବକୁଳବନ ଓ ରଘୁରାଜପୁର, କଟକ ଜିଲ୍ଲାର ଧବଳେଶ୍ବର ଓ ତାମ୍ପରା ବେଳାଭୂମି ପାଇଁ ମାଷ୍ଟରପ୍ଲାନ୍‌ ହାତକୁ ନିଆଯାଇଛି। ଏହାବ୍ୟତୀତ ସାତକୋଶିଆ ମାଷ୍ଟରପ୍ଲାନ୍‌ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲା ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ କଟକ ଜିଲ୍ଲା ସାମିଲ ରହିଛି। ଉକ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ କରାଯିବା ଦ୍ବାରା ରାଜ୍ୟକୁ ‌ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବହୁ ପରିମାଣରେ ବଢ଼ିବ ବୋଲି ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି।

publive-image

ଚଳିତବର୍ଷ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଇାକୋ-ରି‌ଟ୍ରିଟ୍‌ ରାଜ୍ୟର ୭ଟି ସ୍ଥାନ କୋଣାର୍କ, ପାଟି ସୋନାପୁର ବେଳାଭୂମି(ବ୍ରହ୍ମପୁର,ଗଞ୍ଜାମ), ଦାରିଙ୍ଗବାଡ଼ି, ପେଣ୍ଠ ବେଳାଭୂମି(ଭିତରକନିକା), ହୀରାକୁଦ, ସାତକୋଶିଆ, ପୁଟସିଲ୍‌ ଦେଓମାଳି (କୋରାପୁଟ)ରେ କରାଯିବ। ଏହାବ୍ୟତୀତ ଇତିମଧ୍ୟରେ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି କ୍ରୁଜ୍‌ ଟୁରିଜିମ୍‌ ତଥା ହାଉସ୍‌ ବୋଟ୍‌ ସୁବିଧା ଉପଲବ୍ଧ କରାଯାଇଛି। ଆଗାମୀ ଦିନରେ ଭିତରକନିକାରେ କ୍ରୁଜ୍‌ ଟୁରିଜିମ୍‌ ସୁବିଧା ଉପଲବ୍ଧ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଯେଉଁଠାରେ ପର୍ଯ୍ୟଟକଙ୍କ ଲାଗି ବିଳାସପୂର୍ଣ୍ଣ କୋଠରୀ ସୁବିଧା ଉପଲବ୍ଧ ହେବ ବୋଲି ନିର୍ଦେଶକ ଶ୍ରୀ ଯାଦବ କହିଛନ୍ତି।

ପର୍ଯ୍ୟଟନ ବିକାଶ ଲାଗି ଯେଉଁଠାରେ ଭିତ୍ତିଭୂମି ରହିଛି ତାହାର ବିକାଶ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ‘ଗ୍ରାଫ୍‌ ଆନାଲେସିସ୍‌’ ନାମରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଯେଉଁଥିରେ ପର୍ଯ୍ୟାୟକ୍ରମେ ୪୯ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ବୋଟ୍‌ କ୍ଲବ ଉପରେ ମଧ୍ୟ ଫୋକସ୍‌ ଦିଆଯାଉଛି। ହୀରାକୁଦ ବୋଟ୍‌ କ୍ଲବ ଆରମ୍ଭ ହୋଇଥିବା ବେଳେ ଏବେ ତାହାର ବିକାଶ କାର୍ଯ୍ୟ ଜାରି ରହିଛି। ତାଳସରି ଓ ‌ରାମଚଣ୍ଡୀ ବେଳାଭୂମିର ବିକାଶ କାର୍ଯ୍ୟ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଶ୍ରୀ ଯାଦବ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe