ପ୍ରେରଣାର ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ସମ୍ବର୍ଦ୍ଧନା ୫ରେ

Advertisment
‘ପ୍ରେରଣା’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା, ଚିତ୍ରାଙ୍କନ ପ୍ରତିଯୋଗିତା ଆଜି

Twitter

ଭୁବନେଶ୍ବର : ବିଶ୍ବ ପରିବେଶ ଦିବସ ଅବସରରେ ‘ପ୍ରେରଣା’ ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୫ ତାରିଖ‌ରେ ଭୁବନେଶ୍ବର ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏଥିରେ ପ୍ରକୃତିମିତ୍ର, ପ୍ରକୃତିବନ୍ଧୁ, ବୃକ୍ଷପ୍ରେମୀ, ଏନ୍‌ସିସି, ଏନ୍ଏସ୍ଏସ୍, ସ୍କାଉଟ୍ ଏଣ୍ଡ ଗାଇଡ୍, ରେଡକ୍ରସ, ଗ୍ରୀନ୍‌ ଆର୍ମି, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍କୁଲ୍‌ ଓ କ‌ଲେଜ୍‌ ଛାତ୍ରଛାତ୍ରୀ ଯୋଗ ଦେବା ପାଇଁ ‘ପ୍ରେରଣା’ର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ନିବେଦନ କରିଛନ୍ତି।

ଉତ୍ସବରେ ଯୋଗଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ନିଜ ସମ୍ପର୍କରେ ଲେଖାଦେବା ପାଇଁ ଚାହୁଥିଲେ, ହୋଟେଲ୍‌ ଚନ୍ଦନ, ବରମୁଣ୍ଡା ହାଉସିଂବୋର୍ଡ, ଭୁବନେଶ୍ବର ଠିକଣାରେ ପଠାଇ ପାରିବେ। ଏହାଛଡ଼ା ଫୋନ୍‌ ନମ୍ବର (୬୩୭୧୪୬୮୭୭୦) ଯୋଗାଯୋଗ କିମ୍ବା ଉକ୍ତ ଦିନ ସକାଳ ୯ଟାରେ ଜୟଦେବଭବନରେ ପହଞ୍ଚି ସିଧାସଳଖ ନାମ ପଞ୍ଜୀକରଣ କରିପାରିବେ। ଚଳିତ ବର୍ଷ ‘ଜଗା ପାଇଁ ଗଛଟିଏ ଅଭିଯାନ’ ଆଧାରିତ ବୃକ୍ଷରୋପଣ କରାଯିବ। ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ଚାରୋଟି ନିମ୍ବ ଗଛ ଓ ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଫାସି, ଧଉରା, ଅସନ, ଶିମିଳି ଆଦି ଗଛ ଲଗାଇବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe