ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ସୋମବାର ପହଞ୍ଚିବା ପରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଣ୍ଟିଲୋରେ ପହଞ୍ଚି ନୀଳମାଧବ ମନ୍ଦିରରେ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କରିଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ଡକ୍ଟର ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି।

ରାଷ୍ଟ୍ରପତି ଅପରାହ୍ନ ୩ଟା ୧୫ରେ ନୟାଗଡ ଜିଲ୍ଲାର କଣ୍ଟିଲୋରେ ଥିବା ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରରେ ଶ୍ରୀନୀଳମାଧବଙ୍କୁ ଦର୍ଶନ ପରେ ଶବର ରାଜା ବିଶ୍ୱାବସୁଙ୍କ ଗ୍ରାମ କାଳିଆପଲ୍ଲୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି। କାଳିଆପଲ୍ଲୀରେ ସେ ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ  ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

ଏହା ପରେ, ସେ ଭୁବନେଶ୍ୱର ଫେରିବା ପୂର୍ବରୁ ବିଶ୍ୱାବସୁଙ୍କ ତପସ୍ବା ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରେ, ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ।

ଅଧିକ ପଢ଼ନ୍ତୁ: କୁଚିଣ୍ଡାରେ ବାଇକ୍ ଦୁର୍ଘଟଣା: ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ଗୁରୁତର ଅବସ୍ଥାାରେ ଆଉ ଜଣେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ଭୁବନେଶ୍ୱରରେ ୧୨ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ସୁରକ୍ଷା କାର୍ଯ୍ୟରେ ତିନି ଜଣ ଡିସିପି ରାଙ୍କ ଅଧିକାରୀ, ତିନି ଜଣ ଏଡିସିପି, ୧୪ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର ଏବଂ ୧୧୦ଜଣ ସବ୍ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ମଙ୍ଗଳବାର ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: ପ୍ରଥମେ ପୁରୁଷ ଜନ୍ମ ନେଇଥିଲେ ନା ମହିଳା? ଜାଣନ୍ତୁ କ’ଣ କହିଲେ ଡିମ୍ପଲ ଯାଦବ

President Droupadi Murmu Nilamadhav temple