ଉତ୍କଳ ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଭାରତକୁ ଗୌରବାନ୍ବିତ କରିଛନ୍ତି: ରାଷ୍ଟ୍ରପତି ରାମନାଥ କୋବିନ୍ଦ

Advertisment
ଉତ୍କଳ ବିଶ୍ବବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଭାରତକୁ ଗୌରବାନ୍ବିତ କରିଛନ୍ତି: ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବିଲି ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ ଏହି ବିଶ୍ବବିଦ୍ୟାଳୟ ବିଗତ ୭୫ ବର୍ଷ ମଧ୍ୟରେ ଶିକ୍ଷାର ମନ୍ଦିର ପାଲଟିଛି। ଏହାର ବହୁ ଛାତ୍ରଛାତ୍ରୀ ଭାରତକୁ ଗୌରବାନ୍ବିତ କରିଛନ୍ତି। ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ ଏବଂ ଆଗାମୀ ୫ ରୁ ୭ ବର୍ଷ ଭିତରେ ଏହି ସ୍ଥାନ ଦେଶର ପ୍ରମୁଖ ଶିକ୍ଷା କ୍ଷେତ୍ର ହେବ ।

ଆଗାମୀ ୨୦୨୦ ମସିହା ଅକ୍ଟୋବର ୨ ତାରିଖରେ ଜାତିର ଜନକ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅହିଂସା ସ୍ଥଳ ନାମକ ଏକ ପାର୍କ ପ୍ରତିଷ୍ଠା କରାଯାଉଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନନ୍ଦ ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଋଷା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରିଛନ୍ତି।
ପ୍ରଥମେ ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା।

publive-image

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନକୁ ଫେରି କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe