ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ନୌସେନା

Advertisment

ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ  ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। 

Updated On

ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ  ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। 

ଅଦ୍ୟତନ ହୋଇଛି
de43cfc2-d2fb-4ea2-9a83-60c9601ef54d

ପୁରୀ: ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍‌ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ପ୍ରଦର୍ଶନ ଦୃଦୟ ଛୁଇଁଛି। 

publive-image

ଏହି ଖବର ପଢ଼ନ୍ତୁ: ବିଲରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର

ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

publive-image

ଏହି ଖବର ପଢ଼ନ୍ତୁ: ୯ ମାସରେ ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ

ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍।  

publive-image

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଏହି ପରାକ୍ରମକୁ ଭାରତ ସମେତ ପୂରା ବିଶ୍ବ ଦେଖୁଛି। ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସର୍ୟୁ, ଆଇଏନ୍ଏସ୍ ଅରିହନ୍ତ, ଆଇଏନ୍ଏସ୍ ସାତପୁରା ପ୍ରମୁଖ ନେଭି ଡେ' ଉତ୍ସବରେ ପରାକ୍ରମ ଦେଖାଇଛନ୍ତି। ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍ଏସ୍-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇଛନ୍ତି।

publive-image

ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ, ସାଂସଦ, ବିଧାୟକ, ବରିଷ୍ଠ ଅଧିକାରୀ, ଗଜପତି ମହାରାଜ ଦିବ୍ୟସିଂହଦେବ ଉପସ୍ଥିତ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe