ମେୟର୍‌, କର୍ପୋରେଟର୍‌ଙ୍କଠାରୁ କଟକ କଥା ବୁଝିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment
ମେୟର୍‌, କର୍ପୋରେଟର୍‌ଙ୍କଠାରୁ କଟକ କଥା ବୁଝିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଟକ ପୌର ନିଗମ ପକ୍ଷରୁ ସ୍ବାଗତ କରାଯାଇଛି। ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସମେତ ସମସ୍ତ କର୍ପୋରେଟର ଓଡ଼ିଶା ହାଇକୋର୍ଟ ପରିସରରେ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ଏହି ସମୟରେ ରାଜ୍ୟ ଓ କଟକ ସହର ବିଷୟରେ ରାଷ୍ଟ୍ରପତି କର୍ପୋରେଟର ମାନଙ୍କ ଠାରୁ ପଚାରି ବୁଝିଥିଲେ।

ରା‌ଷ୍ଟ୍ରପତି କଟକ ଆସିଥିବାରୁ ମେୟର ଶ୍ରୀ ସିଂହ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ରାଷ୍ଟ୍ରପତିଙ୍କ କଟକ ଗସ୍ତକୁ ସଫଳ କରିବା ଦିଗରେ ସମସ୍ତ କେର୍ପୋରେଟର, ପ୍ରଶାସନିକ ଅଧିକାରୀ, ନିଗମର ଅଧିକାରୀଙ୍କ ଉଦ୍ୟମ ପାଇଁ ମେୟର ସମସ୍ତଙ୍କୁ ଧନ୍ୟବାନ ଜଣାଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe