‘ଆନନ୍ଦଭବନ’ରେ ସ୍ୱାଧୀନତା ଆନ୍ଦୋଳନର ରଣନୀତି ପ୍ରସ୍ତୁତ ହେଉଥିଲା- ରାଷ୍ଟ୍ରପତି

Advertisment

‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’ ଲୋକାର୍ପିତ

‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’ ଲୋକାର୍ପିତ

‘ଆନନ୍ଦଭବନ’ରେ ସ୍ୱାଧୀନତା ଆନ୍ଦୋଳନର ରଣନୀତି ପ୍ରସ୍ତୁତ ହେଉଥିଲା- ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଦଶରେ ଦୁଇଟି ଆନନ୍ଦ ଭବନ ଥିଲା। ଗୋଟିଏ ଆହ୍ଲାବାଦନରେ ଓ ଅନ୍ୟଟି କଟକରେ। ଉଭୟ ଆନନ୍ଦଭବନରେ ଦେଶର ସ୍ୱାଧିନତା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା। ତେଣୁ ଏ ସମ୍ପର୍କରେ ଲୋକଙ୍କୁ ଅଧିକରୁ ଅଧିକ ଜାଣିବା ପାଇଁ ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’ ସୁଯୋଗ ସୃଷ୍ଟି କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

publive-imageଆଜି ଶ୍ରୀ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଟକ ତୁଳସୀପୁରସ୍ଥିତ ଆନନ୍ଦ ଭବନକୁ ‘ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର’କୁ ଜାତି ଉଦ୍ଦେଶ୍ୟରେ ଉତ୍ସଗୀକୃତ କରିଛନ୍ତି। ଭାରତର ରାଷ୍ଟ୍ରପତି ଭାବରେ ଏହା ଶ୍ରୀ କୋବିନ୍ଦଙ୍କର ପ୍ରଥମ ଓଡ଼ିଶା ଗସ୍ତ। ସେ ଆଜି ସକାଳ ସାଢ଼େ ୧୦ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଡ. ଏସସି ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଥିଲେ।

publive-image ବିମାନବନ୍ଦର ପରିସରରେ ଶ୍ରୀ କୋବିନ୍ଦଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ବରେ ଶ୍ରୀ କୋବିନ୍ଦ ସିଧାସଳଖ କଟକ ଅଭିମୁଖେ ଯାତ୍ରା କରିଥିଲେ।

publive-imageସେଠାରେ ଶ୍ରୀ କୋବିନ୍ଦ ପ୍ରଥମେ ସପତ୍ନୀକ ନେତାଜୀ ସଂଗ୍ରହଳୟ ବୁଲି ଦେଖିବା ପରେ ଆନନ୍ଦଭବନକୁ ଯାଇ ଏହାକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ।

publive-image ସତ୍ୟବ୍ରତ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ସଭାରେ ଶ୍ରୀ କୋବିନ୍ଦ ପ୍ରଥମେ ଓଡ଼ିଆରେ ଓଡ଼ିଶାର ପବିତ୍ର ମାଟି ଓ ଓଡ଼ିଶାବାସୀଙ୍କୁ ପ୍ରଣାମ କରୁଛି ବୋଲି କହି ନିଜ ଭାଷଣ ଆରମ୍ଭ କରିଥିଲେ। ଶ୍ରୀ କୋବିନ୍ଦ କହିଥିଲେ ଯେ ବିଜୁବାବୁ ଯାହା ବି କରୁଥିଲେ କଳିଙ୍ଗ ପାଇଁ କରୁଥିଲେ। ଆଜି ଏହି ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଲୋକର୍ପିତ କରିବା ଅବସରରେ ବିଜୁ ବାବୁଙ୍କ ଆଦର୍ଶ ଜୀବନ ସମ୍ପର୍କରେ ଜାଣିବା ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି।
ପ୍ରାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ପରେ ରାଜ୍ୟପାଳ ଡା. ଏସସି ଜମୀର ଉଦବୋଧନ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe