President in Puri: ଯାଜପୁର, ବାଲେଶ୍ବର କାର୍ଯ୍ୟକ୍ରମ ସାରି ପୁରୀରେ ରାଷ୍ଟ୍ରପତି: ଆଜି ମହାପ୍ରଭୁଙ୍କ ଦର୍ଶନ କରିବେ

Advertisment

ପୁରୀ ଲୋକଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଅପରାହ୍ଣ ୪ଟା ୪୬ ମିନିଟ୍‌ରେ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ଲୋକଭବନକୁ ନିଆଯାଇଛି। ସେ ସେଠାରେ ରାତ୍ରିଯାପନ କରିବେ।

ପୁରୀ ଲୋକଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଅପରାହ୍ଣ ୪ଟା ୪୬ ମିନିଟ୍‌ରେ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ଲୋକଭବନକୁ ନିଆଯାଇଛି। ସେ ସେଠାରେ ରାତ୍ରିଯାପନ କରିବେ।

fhfshshfbxvbbv

ପୁରୀ: ପୁରୀ ଲୋକଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଅପରାହ୍ଣ ୪ଟା ୪୬ ମିନିଟ୍‌ରେ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ଲୋକଭବନକୁ ନିଆଯାଇଛି। ସେ ସେଠାରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳ ୬ଟା ୫୦ରେ ଲୋକଭବନରୁ ବାହାରି କାକୁଡ଼ିଖାଇଛକ ଦେଇ ବାଲିସାହିସ୍ଥିତ ଶ୍ବେତଗଙ୍ଗା ପୁଷ୍କରିଣୀରେ ପହଞ୍ଚି ପିଣ୍ଡଦାନ କରିବେ। 

ସକାଳ ୬ଟାରୁ ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପ୍ରାୟ ୩୦ ମିନିଟ୍‌ ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବେ। ବାଲିସାହିରୁ ଶ୍ରୀମନ୍ଦିର ଆସିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସକାଳ ୭ଟା ୪୦ ମିନିଟ୍‌ରେ ସେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଣୁ ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୪୫ରୁ ୮ଟା ୧୦ ମଧ୍ୟରେ ସେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରୁ ଆସିବା ପରେ ଲୋକଭବନରେ ଜଳପାନ ବ୍ୟବସ୍ଥା କରାଯାଇଛି। ସକାଳ ୯ଟା ୧୫ରେ ସେ ଲୋକ ଭବନ ଛାଡ଼ି ତାଳବଣିଆ ହେଲିପ୍ୟାଡ୍‌ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe