President to visit Odisha on July 14 Photograph: (sambad.in)
କଟକ: ଜୁଲାଇ ୧୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖରେ ଭୁବନେଶ୍ବର ଏମ୍ସର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ସେହିପରି ୧୫ ତାରିଖରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ରେଭେନ୍ସା ଗାର୍ଲସ୍ ହାଇସ୍କୁଲର କାର୍ଯ୍ୟକ୍ରମ ଏବଂ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ସମାରୋହରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ସର୍କିଟ ହାଉସ୍ରେ ମଧ୍ୟାହ୍ନ ଭୋଜନ କରିବେ। ଗତ ମାର୍ଚ୍ଚ ୨୫ରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। କେତେକ କାରଣରୁ ତାହା ବାତିଲ ହୋଇଥିଲା। ୧୫ରେ ରାଷ୍ଟ୍ରପତି କଟକ ଆସୁଥିବା ନେଇ ଚିଠି ଆସିଛି ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି।
Follow Us