୧୭ରେ ଆସୁଛନ୍ତି ରାଷ୍ଟ୍ରପତି

Advertisment

ଆନନ୍ଦ ଭବନ ସଂଗ୍ରହାଳୟ ଉତ୍ସର୍ଗ କରିବେ

ଆନନ୍ଦ ଭବନ ସଂଗ୍ରହାଳୟ ଉତ୍ସର୍ଗ କରିବେ

୧୭ରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୧୭ ତାରିଖ ଅପରାହ୍ଣରେ ସେ କଟକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବାସଭବନ ଆନନ୍ଦ ଭବନ ସଂଗ୍ରହାଳୟ, ତୁଳସୀପୁର ଲର୍ଣ୍ଣି ସେଣ୍ଟରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେହି ଦିନ ସେ କଟକ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୮ରେ ରାଷ୍ଟ୍ରପତି ପୁରୀର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀ, ପୁଲିସ୍‌ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ବୈଠକରେ ଏହି କାର୍ଯ୍ୟକ୍ରମ ସଂପର୍କରେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବରିଷ୍ଠ ଅଧିକାରୀମାନଙ୍କ ଉପରେ ଗସ୍ତ ସଂପର୍କିତ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ପ୍ରସ୍ତୁତି କ୍ଷେତ୍ରରେ କୌଣସି ଅଭାବ ପରିଲକ୍ଷିତ ହେଲେ ତୁରନ୍ତ ଗୃହ ବିଭାଗ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଗୃହ ବିଭାଗରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ବିବରଣୀ ପାଇଁ ରାଷ୍ଟ୍ରପତିଙ୍କ ସଚିବାଳୟକୁ ଅପେକ୍ଷା କରାଯାଇଥିବା ବୈଠକରୁ ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe