ଦିନକ ପରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ୧୦ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment
ଦିନକ ପରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ୧୦ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

m.jagran.com

ଭୁବନେଶ୍ବର/ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଓ ପୁରୀ ଗସ୍ତ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୧୦ ତାରିଖରେ ପୁରୀ ଗସ୍ତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫ ଜଣ ଏସ୍‌ପି ଓ କମାଣ୍ଡାଣ୍ଟ, ୭ ଜଣ ଅତିରିକ୍ତ ଏସ୍‌ପି, ୧୮ ଜଣ ଡିଏସ୍‌ପି, ୩୦ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସ୍‌ଆଇ ଓଏଏସ୍‌ଆଇ, ୩୦୦ ଜଣ ହୋମ୍‌ଗାର୍ଡ ଏବଂ ୨୪ ପ୍ଲାଟୁନ୍‌ ପୁଲିସ ମୁତୟନ ରହିବେ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମଥର ଲାଗି ଓଡ଼ିଶା ଗସ୍ତରେ ଆସୁଥିବାରୁ ବିଭିନ୍ନ ମହଲରେ ଖୁସି ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe