ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ଜଗି‌ବେ ୪୦ ପ୍ଲାଟୁନ୍‌ ଫୋର୍ସ, ୨ଶହ ଅଧିକାରୀ

Advertisment
ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ଜଗି‌ବେ ୪୦ ପ୍ଲାଟୁନ୍‌ ଫୋର୍ସ, ୨ଶହ ଅଧିକାରୀ

Business Standard

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ। ଏହି ଉପେଲକ୍ଷ ଆଜି ପୁରୀ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଏକ ମିଳିତ ବୈଠକ ସ୍ବତନ୍ତ୍ର ସର୍କିଟ୍‌ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।

ଆସନ୍ତା ୧୯ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୨୦ ତାରିଖରେ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବା ସହ ମଠ ପକ୍ଷରୁ ଶରଧାବାଲିଠାରେ ଆୟୋଜତ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଅଧିକାରୀମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ଶ୍ରୀମନ୍ଦିର ଦର୍ଶନ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ସମନ୍ବୟ ଓ ସହଯୋଗ ଭିତ୍ତିରେ କାମ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ଡା. କେ. ବିଶାଳ ସିଂହ ସୂଚନା ଦେଇ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ୪୦ ପ୍ଲାଟୁନ‌୍ ଫୋର୍ସ ଓ ୨୦୦ରୁ ଅଧିକ ପୁଲିସ ଅଧିକାରୀ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ବରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe