ରାଷ୍ଟ୍ରପତିଙ୍କୁ ପ୍ରେଡିସେନ୍ସିଆଲ ଅନର ଦେଲେ ଓଡ଼ିଆ ପୁଅ, ଜାଣନ୍ତୁ ସେ କିଏ?

Advertisment
ରାଷ୍ଟ୍ରପତିଙ୍କୁ ପ୍ରେଡିସେନ୍ସିଆଲ ଅନର ଦେଲେ ଓଡ଼ିଆ ପୁଅ, ଜାଣନ୍ତୁ ସେ କିଏ?

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ଗତ ୨୫ ତାରିଖରେ ପ୍ରେଡିସେନ୍ସିଆଲ ଅନର ଚାଲିଥିଲା ବେଳେ ହୁଏତ କମାଣ୍ଡ ଦେଉଥିବା ଏହି ବ୍ୟକ୍ତିଙ୍କୁ କେହି ଧ୍ୟାନ କରିନଥିବେ ।  କିନ୍ତୁ ଏହି ବ୍ୟକ୍ତି ଥିଲେ ଜଣେ ଓଡ଼ିଆ ପୁଅ। ସମ୍ମୁଖ ଭାଗରେ ରହି କମାଣ୍ଡ ଦେଉଥିବା ବ୍ୟକ୍ତି ହେଲେ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି । ସେହିଭଳି ରାଷ୍ଟ୍ରପତି ଭାବେ ଶପଥ ନେବା ପରେ  ଦ୍ରୌପଦୀ ମୁର୍ମୁଙ୍କୁ ଯେେତେବେଳେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ସେ ସମୟରେ ମୁର୍ମୁଙ୍କ ଗାଡିରେ ଥିଲେ ଷ୍ଟାଲିନ ମହାନ୍ତି । ଏବେ ଷ୍ଟାଲିନଙ୍କୁ ନେଇ ଚାଲିଆଡେ ଚର୍ଚ୍ଚା । ଷ୍ଟାଲିନ ମହାନ୍ତି ହେଉଛନ୍ତି ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାର୍ଡ ଅଫ ଅନର ସମୟର କମାଣ୍ଡିଂ ଅଫିସର । ପୁଅର ଏପରି କାର୍ଯ୍ୟ ପାଇଁ  ପରିବାର ଲୋକେ ଗର୍ବ  କରିବା ସହ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସେ ସୁଚାରୁ ରୁପେ ତୁଲାଇପାରିବ ବୋଲି କହିଛନ୍ତି ଷ୍ଟାଲିନଙ୍କ ବାପା ଓ ମା’ ।

ଷ୍ଟାଲିନ ମହାନ୍ତି କଟକ ଜିଲ୍ଲା  କଣ୍ଟାପଡା ବ୍ଲକ ଅନ୍ତର୍ଗତ ଶଙ୍ଖୁଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ଜନ୍ମ ମୟୁରଭଞ୍ଜରେ ହୋଇଥିବାବେଳେ ଷ୍ଟାଲିନଙ୍କ ସ୍କୁଲ ପାଠପଢା ଉଦଳାରେ ହୋଇଥିଲା। ପିଲାଟି ଦିନରୁ ଷ୍ଟାଲିନ ଜଣେ ମେଧାବୀ ଛାତ୍ର ଥିଲେ। ପ୍ରବେଶିକା ପରୀକ୍ଷାରେ ସେ ରାଜ୍ୟରେ ତୃତୀୟ ସ୍ଥାନରେ ଥିଲେ। । ୧୯୯୩ରୁ ୨୦୦୦ ଯାଏଁ ଭୁବନେଶ୍ୱରର ସୈନିକ ସ୍କୁଲରେ ପାଠ ପଢିଥିଲେ। ୨୦୦୦ରୁ ୨୦୦୩ ଯାଏଁ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସାମିଲ ହୋଇଥିଲେ। ଏହା ପରେ ୨୦୦୪ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ମେଧାବୀ ଛାତ୍ର ଥିବାରୁ ଷ୍ଟାଲିନଙ୍କୁ ଏନଡିଏ ସହ ଅନେକ ଚାକିରିର ଅଫର ଆସିଥିଲା । କିନ୍ତୁ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହି ଦିନ ତାଙ୍କର ସବୁଠାରୁ ଖୁସିର ଦିନ ଥିଲା ବୋଲି ଷ୍ଟାଲିନଙ୍କ ବାପା କହିଛନ୍ତି । ପ୍ରକୃତରେ ଷ୍ଟାଲିନଙ୍କ ଦୁଇ ସମ୍ପର୍କୀୟ ଭାଇ ସୈନିକ ସ୍କୁଲର ଛାତ୍ର ଥିଲେ । ସେମାନେ ଛୁଟିହେଲେ ଘରକୁ ଯିବା ଆସିବା କରୁଥିଲେ । ଏହି ସମୟରେ ହିଁ ଷ୍ଟାଲିନ ସୈନିକ ସ୍କୁଲରେ ପଢିବା ପାଇଁ ମନ ବଳାଇଥିଲେ । ଆଉ ଏହି ଇଚ୍ଛାଶକ୍ତି ବଳରେ ଷ୍ଟାଲିନ ଆଜି ରାଷ୍ଟ୍ରପତିଙ୍କ ଗାର୍ଡ ଅଫ ଅନର ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe