ବିଜେପୁର ଉପ-ନିର୍ବାଚନ: ୧୯୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ସସପେଣ୍ଡ

Advertisment
ବିଜେପୁର ଉପ-ନିର୍ବାଚନ: ୧୯୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ସସପେଣ୍ଡ

ଭୁବନେଶ୍ୱର/ବରଗଡ଼: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ଏକ ମତଦାନ କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ଦଳ ସପକ୍ଷରେ ଭୋଟ ଦେବାକୁ ପ୍ରବର୍ତ୍ତାଇ ଅଭିଯୋଗରେ ପ୍ରିଜାଇଡିଂ ଅଫିସର ସସପେଣ୍ଡ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେପୁର ୧୯୩ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ବରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ଦ୍ୱାରା ସସପେଣ୍ଡ ହୋଇଛନ୍ତି। ଏଠାରେ ଭେଡେନ୍‌ ବ୍ଲକ ଅନ୍ତର୍ଗତ ଠିକାପାଲି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତି ପାଇଥିଲେ।

ସୂଚନାଯୋଗ୍ୟ ଯେ, ବହୁ ଆଶା ଆଶଙ୍କା ଭିତରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ମତଦାନ ଶନିବାର ଶେଷ ହୋଇଛି। ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ନେତାମାନଙ୍କ ଭାଗ୍ୟ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍‌ରେ କଏଦ୍‌ ହୋଇ ଯାଇଛି। ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୨୧ ହଜାର ଭୋଟ୍‌ ମଧ୍ୟରୁ ୭୨ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ଗୋଟିଏରେ ୩୮ ପ୍ରତିଶତ, ୩ଟାରେ ୫୦ ପ୍ରତିଶତ ଓ ୪ଟାରେ ୬୮ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନରେ କିଏ ବାଜି ମାରିବ ତାହା ଫେବ୍ରୁଆରି ୨୮ରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe