ବାଙ୍କୀ ଡବଲ ମର୍ଡର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଉ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Advertisment
ବାଙ୍କୀ ଡବଲ ମର୍ଡର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଉ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭୁବନେଶ୍ବରଠାରେ ଥିବା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି।
ରାଜ୍ୟ ବଜେଟ୍‌କୁ ନୈରାଶ୍ୟଜନକ ବୋଲି ଦର୍ଶାଇ ସେ କହିଛନ୍ତି ଯେ କେନ୍ଦ୍ରୀୟ ଅନୁଦାନ କମିଛି, ପୁଞ୍ଜି ଲଗାଣ ବ୍ୟୟ ମଧ୍ୟ କମିଛି । ଏଥିରେ ନିଯୁକ୍ତି ସୁଯୋଗ ନାହିଁ ଏବଂ ସରକାର ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କାଳିଆ ଯୋଜନାକୁ ନେଇ ସେ ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି। ପିସିସି ସଭାପତି କହିଛନ୍ତି ଯେ ପୂର୍ବରୁ ୫୧ ଲକ୍ଷ କାଳିଆ ହିତାଧିକାରୀ ଅଛନ୍ତି ବୋଲି ରାଜ୍ୟ ସରକାର କହିଥିଲେ, ହେଲେ ବଜେଟ୍‌ରେ ୪୩ ଲକ୍ଷ ପରିବାର ହିତାଧିକାରୀ ଥିବା କହିଛନ୍ତି। କାଳିଆ ଯୋଜନାରେ ୪୫୦୦ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ସରକାର ୩ ହଜାର ୧୯୫ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ହେତୁ ସେ ଏହାର ସମାଲୋଚନା କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ସଂପ୍ରତି ରାଜ୍ୟରେ ନାରୀ ନିର୍ଯାତନା, ହତ୍ୟା ଏବଂ ଦୁଷ୍କର୍ମ ଆଦି ବଢ଼ିବାରେ ଲାଗିଛି । ଏଥିସହ କେତେକ ବିଜେଡି ନେତା ଜଡ଼ିତ ବୋଲି ବି ସେ ଅଭିଯୋଗ କରିଛନ୍ତି।

publive-image

ବାଙ୍କୀ ଡବଲ ମର୍ଡର ଘଟଣାରେ ବିଜେଡି ଦଳର ଲୋକ ସମ୍ପୃକ୍ତ ଥିବା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅହିଂସାର ନାରା ଦେଉଥିବା ବେଳେ ତାଙ୍କ ଦଳ ଲୋକ ହିଂସାକୁ ଆପଣେଇଛନ୍ତି। କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଭାର ଦେବାକୁ ସେ ଦାବି କରିଛନ୍ତି। ଯଦି ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe