ସିସିଟିଭି ଫୁଟେଜରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ: ଅପରାଜିତା ଷଡ଼ଙ୍ଗୀ

ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ

ସିସିଟିଭି ଫୁଟେଜରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନରେ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ। ହେଲେ ସେଠାରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ। ଅନ୍ୟପଟେ ଡ୍ରାଇଭର ବନବାଳୀ ବାବୁ ଗତକାଲି ଯେଉଁ କଥା କହିଛନ୍ତି, ସେଥିରୁ ସ୍ପଷ୍ଟ ହେଇଛି ଯେ, ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିନାହାନ୍ତି। ବନମାଳୀ ବାବୁଙ୍କୁ ୪ ଜଣ ପୁଲିସ୍ ହଇରାଣ ହରକତ କରିଥିଲେ। ସେମାନେ ଚାହୁଁଥିଲେ ସେ କୁହନ୍ତୁ, ପ୍ରଶାନ୍ତ ଜଗଦେବ ସେହି ଇଭିଏମ୍ ଭାଙ୍ଗିଛନ୍ତି।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, ପ୍ରଶାନ୍ତ ଜଗଦେବଙ୍କ ଲୋକପ୍ରିୟତାକୁ ରାଜ୍ୟ ସରକାର ଡରିଗଲେ କି? ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କ ପାଖରେ ସିସିଟିଭି ଫୁଟେଜ୍ ରହିଛି। ସେହି ଫୁଟେଜରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe