୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି

Advertisment
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ବିଜେପିର ଜିଲ୍ଲା ସଭାପତି ନିମାଇଁ ପାଲଙ୍କ ସଭାପତିତ୍ବରେ ଆୟୋଜିତ୍ ସାମ୍ବାଦିକ ସମ୍ମିଳନୀରେ ବିଜେପି ନବରଂଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ବିଜେଡିର ୨୫ ବର୍ଷର ଶାସନ ବିରୋଧରେ ଚାର୍ଜସିଟ ଲୋକାର୍ପିତ କରିଥିଲେ। ସରକାର ବିକାଶ ନାମରେ ବିନାଶ କରି ଚାଲିଛି ଏବଂ ସେବା ନାମରେ ଶୋଷଣ କରି ଚାଲିଛି। ନିରୀହ ଜନତା ଏହି ଶୋଷଣର ଶିକାର ହେଉଛି। ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ବିଜୁଳି ଦର ଯେତେ ତାମିଲନାଡୁକୁ ଯୋଗାଇ ଦିଆଯାଉଥିବା ବିଜୁଳି ଦରର ଦାମ କାହିଁ କମ୍ ବୋଲି ପ୍ରଶ୍ନ କରାଯାଇଛି।

ଗାଁ ଗାଁରେ ବୈଠକ କରି କେତେ ଦିନ ସହିବା, ପରିବର୍ତ୍ତନ ଆଣିବା ସ୍ଲୋଗାନ ନେଇ ଚାର୍ଜସିଟର ଲୋକାର୍ପିତ କରିବ ବୋଲି କୁହାଯାଇଛି। ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ ଜାରି କରାଯାଇଛି। ଏହି ଚାର୍ଜସିଟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଉପରେ ଗୁରୁତ୍ବାରୋପ କରାଯାଇଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସାକୁ ବିଜେପି ଶାସକ ଦଳ ବିଜେଡିକୁ ୨୫ଟି ପ୍ରଶ୍ନ କରିଛି। ସେଥିମଧ୍ୟରୁ ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ଶାସକ ବିଜେଡି ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପୂରଣ କରିବାରେ ବିଫଳ ହୋଇଛି।

୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାରେ ବିଫଳ ହୋଇଛି। ଓଡିଶାରେ କୃଷକଙ୍କ ଆୟ ସର୍ବ ଭାରତୀୟ ସ୍ତରରେ ସବୁଠାରୁ କମ୍। ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳା ଅପରାଧରେ ରାଜ୍ୟ ଢେର ଆଗରେ ବୋଲି ବିଜେପି କହିଛି। ୨୪ ବର୍ଷ ଶାସନ କାଳରେ ଯୁବକମାନଙ୍କ ପାଇଁ ଚାକିରି ନାହିଁ। ଫଳରେ ଯୁବକ ଦାଦନ ମୁହାଁ ହେଲେ।ରାଜ୍ୟରେ ୬୧୩ ପ୍ରତିଶତ ଆତ୍ମହତ୍ୟା ହାର ବଢିଛି। ୬୧୨୪ ଗାଁକୁ ଆଜି ବି ରାସ୍ତା ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଆଦିବାସୀ ଅଂଚଳରେ ଗମନାଗମନ ପାଇଁ ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା, ଅପପୁଷ୍ଟି, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ରୋକିବାରେ ବିଫଳ ହୋଇ ବିଜେଡି ସରକାର।

ଓଡିଶାରେ ବିଦ୍ୟୁତ ୟୁନିଟ ପିଛା ୨ ଟଂକା ୮୩ ପଇସା ହୋଇଥିବା ବେଳେ ତାଲିମନାଡୁରେ ୨ଟଂକା ୫୩ ପଇସା। ଓଡିଶାବାସୀଙ୍କ ଠାରୁ ତାଲିଲନାଡୁବାସୀଙ୍କୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି। ସାରା ଦେଶେ ମୋଦୀ ଗ୍ୟାରେଣ୍ଟିକୁ ନେଇ ଲଢିବ ବିଜେପି ବୋଲି କୁହାଯାଇଛି। ଲକ୍ଷ ଲକ୍ଷ ପରିବାର ଚିଟଫଣ୍ଡ ଦୁର୍ନୀତିରେ ଫସିଲେ। ସେମାନଙ୍କୁ ସେମାନଙ୍କ ଜମା ଟଂକା ଫେରାଇବାକୁ କର୍ପସ ଫଣ୍ଡ ଗଠନ କରାଗଲା, କମିସନ ବି ବସିଲା। କିନ୍ତୁ ଫଳ ଶୂନ। ଓଡ଼ିଶାରେ ଜନପ୍ରତିନିଧି ନୁହେଁ। ବରଂ କିଛି ମୁଷ୍ଟିମେୟ ଅଫିସର ସରକାରଙ୍କୁ ନିୟନ୍ତ୍ରଣ କରୁଛନ୍ତି ବୋଲି ଅଭିଯୋଗ କରିଛି। ଏଥର ରାଜ୍ୟରେ ବିଜେପି ବିପୁଳ ସଂଖ୍ୟାରେ ବିଜୟ ହୋଇ ସରକାର ଗଠନ କରିବ ବୋଲି ଜୋର ଦେଇ କହିଛି ବିଜେପି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶା, ପ୍ରଭାରି ଅଶୋକ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe