ଖୋର୍ଦ୍ଧା: ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ନେଇ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଦଳୀୟ ନେତାମାନେ କହିଛନ୍ତି, ପ୍ରଶାନ୍ତ ଯଦି ଇଭିଏମ ଭାଙ୍ଗିଛନ୍ତି, ତେବେ ଜିଲ୍ଲା ପ୍ରଶାସନ ସେ ସମୟରେ ବୁଥ ଲାଗିଥିବା ସିସିଟିଭି ଫୁଟେଜକୁ ସାର୍ବଜନୀନ କରୁ। ସତ୍ୟ କଣ ଓ ଷଡଯନ୍ତ୍ର କଣ ଓଡ଼ିଶାବାସୀଙ୍କୁ ଜଣାନ୍ତୁ। ପ୍ରଶାନ୍ତଙ୍କୁ ଆସନ୍ତାକାଲି ସୁଦ୍ଧା ନିଃସର୍ତ୍ତ ଖଲାସ ନ କଲେ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ରିଟର୍ଣ୍ଣି ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।
ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ନେଇ ଖୋର୍ଦ୍ଧା ବିଜେପିର ଚେତାବନୀ
Advertisment
Follow Us