ନବୀନ ସରକାର କୃଷକ ବିରୋଧୀ, ବିଜେପି ସରକାର ଆସିଲେ ଚାଷୀଙ୍କ ଆୟକୁ ଦୁଇଗୁଣା ହେବ: ପ୍ରଦୀପ ପୁରୋହିତ

Advertisment
ନବୀନ ସରକାର କୃଷକ ବିରୋଧୀ, ବିଜେପି ସରକାର ଆସିଲେ ଚାଷୀଙ୍କ ଆୟକୁ ଦୁଇଗୁଣା ହେବ: ପ୍ରଦୀପ ପୁରୋହିତ

odishabytes.com

ଭୁବନେଶ୍ବର: ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ। ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ। ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ’୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବଢ଼ାଇ ପାରିନେଲନି। ଚାଷୀଙ୍କ ଆୟକୁ ବିଚାର କଲେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ଠାରୁ ବହୁ ପଛରେ। କାଳିଆ ଯୋଜନାରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବେ କହି ଶାସନକୁ ଆସିଲେ, କିନ୍ତୁ କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ମାତ୍ର ୪ ହଜାର ଟଙ୍କା ଧରାଇଦେଇ କାମ ସାରିଦେଲେ। ରାଜ୍ୟର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ବୋନସ୍ ଦେବା କଥା କହିଥିଲେ ତାହା ବି ଦେଲେନି।

‘ବିଜେଡି ପୁଣି ଚାଷୀଙ୍କୁ ପ୍ରଭାବିତ କରିବାକୁ ୨୦୨୪ ପାଇଁ ଝିଅ ବାହାଘରରେ ୨୫ ହଜାର ଟଙ୍କା ଦେବା କଥା କହୁଛି। ଠିକ ଏଭଳି ପ୍ରତିଶ୍ରୁତି ୨୦୧୯ରେ ବି ଦେଇଥିଲେ ହେଲେ କ୍ଷମତାକୁ ଆସିବା ପରେ ଭୁଲିଗଲେ। ହେଲେ ବିଜେପି ସରକାର କଲେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। ଚାଷୀଙ୍କ ଆୟକୁ ଦୁଇଗୁଣା କରିବ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।
ଏଣେ ନିର୍ବାଚନୀ ହିଂସା ପାଇଁ ଭି କେ ପାଣ୍ଡିଆନଙ୍କୁ ଦାୟୀ କରି ପ୍ରଦୀପ ପୁରୋହିତ କହିଛନ୍ତି, ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି'। ନବୀନ ବାବୁଙ୍କ ଇସାରା ଆଉ ଚାଲୁ ନାହିଁ। ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି।ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ପୁଲିସ ଲଗେଇ ଧମକ ଦେଉଛନ୍ତି। ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗି ପାରିବେନି, ତାମିଲ୍ ଗୁଣ୍ଡାରାଜ ଏଠି କାମ ଦେବନି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe