୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ହେବ: ବିଏମସି କମିସନର

Advertisment
୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ହେବ: ବିଏମସି କମିସନର

ଭୁବନେଶ୍ୱର: ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି, ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମସିରେ ବେଡ୍‌ର ଅଭାବ ନାହିଁ। ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି। ଏବେ ୫୩୧ ଆଇସିୟୁ, ୮୩୬ ଏଚଡିୟୁ ଓ ୨୧୮୬ ସାଧାରଣ ବେଡ୍ ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି।

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ସେ କହିଛନ୍ତି, ସୋମବାରଠାରୁ ବିଏମସି ପକ୍ଷରୁ ର ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ହେବ। ଟିକାକରଣ କେନ୍ଦ୍ରକୁ ନ ଆସି କୋ-ଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ବିଏମସି କମିସନର ଅନୁରୋଧ କରିଛନ୍ତି।

ଏଣେ ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇବାକୁ ବିଏମସି କମିସନର କହିଛନ୍ତି।  ରାଜଧାନୀରେ ୧୧ଟି ଘରୋଇ ଲାବୋରାଟୋରିରେ ପରୀକ୍ଷା ସୁବିଧା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖାଯିବ ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe