ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଜିଲ୍ଲା କଂଗ୍ରେସ ନେତା, ଚଳିତ ମାସରେ ପ୍ରତିବାଦ ସଭା

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଜିଲ୍ଲା କଂଗ୍ରେସ ନେତା, ଚଳିତ ମାସରେ ପ୍ରତିବାଦ ସଭା

ଯାଜପୁରଟାଉନ/ସଦର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରହୁଲ ଗାନ୍ଧିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛି ଯାଜପୁର ଜିଲ୍ଲା କଂଗ୍ରେସ। ତାଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ କରାଯାଇ ତୁରନ୍ତ ସରକାରୀ ଘର ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ରାହୁଲ ଗାନ୍ଧି ବିଜେପି ବିରୋଧରେ ସ୍ୱର ଉଠାଇଥିବାରୁ ଭୟଭୀତ ହୋଇ କେନ୍ଦ୍ର ସରକାର ଏପରି ହୀନ କାର୍ଯ୍ୟ କରୁଛି ବୋଲି ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବରୀ-ଡେରାବିଶ ବିଧାୟକ ଚିନ୍ମୟ ପ୍ରସାଦ ବେହୁରିଆ ଯୋଗଦେଇ ରାହୁଲଙ୍କ ପଦବିକୁ ରଦ୍ଦ କରିବା ଭୀରୁତାର ପରିଚୟ ବୋଲି କହିଥିଲେ। କଂଗ୍ରେସ ଦେଶର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ ବୋଲି କହିଥିଲେ। ବିମାନବନ୍ଦର, ରେଳ ଲାଇନ, ବିଦ୍ୟୁତ୍‌ ଉତ୍ପାଦନ, କୋଇଲା ଖଣିକୁ ଆଦାନୀକୁ ପ୍ରଦାନ କରାଯାଇଛି। ବିଜେପି ସରକାର ଗରିବ ଜନତାଙ୍କ ସ୍ୱାର୍ଥକୁ ଛାଡ଼ି ଶିଳ୍ପପତିଙ୍କ ଉନ୍ନତିକୁ ଗୁରୁତ୍ୱ ଦେଇଛି।

ଏହାକୁ ବିରୋଧ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହ ଦୃଢ଼ ପ୍ରତିବାଦ କରିବ ବୋଲି ସୂଚନା ଦିଆଯାଇଛି। ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଏହି ଘଟଣାକୁ ନେଇ ଜିଲ୍ଲାସ୍ତରରେ ପ୍ରତିବାଦ ଓ ବିକ୍ଷୋଭ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ରାଉତ ସୂଚନା ଦେଇଛନ୍ତି। କାର୍ଯ୍ୟକାରୀ ସଭପତି ବିଷ୍ଣୁ ରାଉତ, ସନ୍ତୋଷ ନନ୍ଦ, ରାଜ୍ୟ ମହିଳା ଉପସଭାନେତ୍ରୀ କନକଲତା ମଲିକ, ଦଳିତ ସେଲ୍‌ ସଭାପତି ଦୁର୍ଯ୍ୟୋଧନ ବେହେରା, ଗଦାଧର ଦାସ, ସଂଗ୍ରାମ ସାହାଣୀ, ସତ୍ୟ ପ୍ରକାଶ ଦାସ, ଅଖିଳ ଶତପଥୀ, ନକୁଳ ଦେବ ସାହୁ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe