ରାଜଧାନୀରେ ଏଟିଏମ୍ ମେସିନ୍ ତାଡ଼ି ଲୁଟ୍ ଘଟଣା: ବେଙ୍ଗାଲୁରୁରୁ ଦୁଇଜଣଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

Advertisment
ରାଜଧାନୀରେ ଏଟିଏମ୍ ମେସିନ୍ ତାଡ଼ି ଲୁଟ୍ ଘଟଣା: ବେଙ୍ଗାଲୁରୁରୁ ଦୁଇଜଣଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

ଭୁବନେଶ୍ବର : ଗତ ୪ ତାରିଖ ରାତିରେ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିର ଏସବିଆଇ ଏଟିଏମ୍ ମେସିନ୍ ତାଡ଼ି ଲୁଟ୍ ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ଏବଂ ଆଉ ଜଣେ ଅଭିଯୁକ୍ତ କୋଲକାତାର ବୋଲି ଜଣାଯାଇଛି। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ବିସ୍ତୃତ ତଥ୍ୟ ଦେଇ କହିଛନ୍ତି, ଲୁଟେରାମାନେ ଇନ୍ଦିରା କଲୋନିରେ ଥିବା ଏଟିଏମ ତାଡିକି ନେଇ ଯାଇଥିଲେ। ପରେ ତାକୁ ଦୟା ନଦୀରେ ଫୋପାଡ଼ି ଦେଇଥଲେ। ପ୍ରଥମ ଥର ପାଇଁ ଲୁଟେରାମାନେ ଏଟିଏମ ତାଡିକି ନେବା ଘଟଣା ଦେଖା ଯାଇଥିଲା। ଏମିତିକି ସିସିଟିଭି ଭିଜୁଆଲ ବହୁଳ ମାତ୍ରାରେ ଡିଲିଟ କରାଯାଇଥିଲା। ଏ ଘଟଣାକୁ ତର୍ଜମା କରିବା ପରେ ଜଣା ପଡ଼ିଥିଲା ବହୁ ରାଜ୍ୟରେ ଏଭଳି ଘଟଣା ଘଟିଛି। ଏହିପରି ଘଟଣା ଦିଲ୍ଲୀରେ ଘଟିଥିବା ବେଳେ ପୁଲିସ ମଧ୍ୟ ଏମାନଙ୍କୁ ଖୋଜୁଥିଲା। ଏମାନେ ସମସ୍ତେ ବାଂଲାଦେଶୀ ବୋଲି ଜଣା ପଡ଼ିଥିଲା। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଆମର ଏକ ଟିମ ବେଙ୍ଗାଲୁରୁ ଯାଇଥିଲା। ସେଠି ବିଭିନ୍ନ ହୋଟେଲ ସର୍ଚ୍ଚ କରିବା ପରେ ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାକୁ ମିସନ୍ ଇଂପସିବଲ୍ ନାମ ଦିଆ ଯାଇଥିଲା। ଆମ ପୁଲିସ ଟିମ୍ ସଠିକ ସମୟରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହେବାରୁ ବେଙ୍ଗାଲୁରୁରେ ସେମାନେ ଏହି ଘଟଣା ଘଟାଇ ପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe